ପୁରୀ: ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ବୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଜେଲରେ ଆକ୍ରମଣ ହୋଇଥିବାର ଖବର ମିଳିଛି। ଅନ୍ୟ ଜଣେ ଅନ୍ତେବାସୀ ପପୁର ବେକକୁ ଛୁରିରେ କାଟିଦେଇଛି। ପପୁକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଆଜି ପୂର୍ବାହ୍ନରେ ଘଟିଥିବା ଜଣାଯାଇଛି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ସ୍ବର୍ଗଦ୍ବାର ନିକଟରେ ଦାଦାବଟି ଆଦାୟ କରୁଥିବା ବେଳେ ସମୁଦ୍ରକୂଳ ଥାନା ପୁଲିସ ପପୁକୁ ଗିରଫ କରିଥିଲା। ଏହାପରେ ସେ ଜେଲରେ ଥିଲା।
ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଛୁରିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
/sambad/media/post_attachments/wp-content/uploads/2022/08/603bf14c-b8a4-489c-9c09-bd1083e9ca9b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)