ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଏକ ସାତଟିକିଆ ହାତୀପଲ ତାଣ୍ଡବ କରୁଥିବା ଖବର ମିଳିଛି। ଗତ ୨୫ ତାରିଖ ରାତିରେ ହାତୀ ଆକ୍ରମଣରେ ଲେଫ୍ରିପଡ଼ା ସେକ୍ସନର ଦଲକିଝରଣ ଗ୍ରାମର ସୁରଜ୍ ବାର୍ଲା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ରାତିରେ ଡୁମାବାହାଲ ସେକ୍ସନ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ଏକ ଆଦିବାସୀ ଗାଁ ଲକେଟଝରଣକୁ ରାତି ପ୍ରାୟ ୧୦ ଟା ବେଳେ ୭ଟି ହାତୀପଲ ପଶି ତାଣ୍ଡବଲୀଳା ରଚିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/12/15cdb62a-ff8f-488f-8586-f10ebf27f01c.jpg)
ଗ୍ରାମର ସଂଖ୍ୟାଧିକ ଘରଦ୍ୱାର ଭାଙ୍ଗି ଦେବା ସହ ଫସଲ ନଷ୍ଟ କରିଥିବା ପ୍ରକାଶ। ଏହାଦ୍ବାରା ବିଶେଷ ଭାବରେ ପଞ୍ଚାନନ ପ୍ରଧାନ, ଶ୍ରୀକାନ୍ତ କିଶାନ ଏବଂ ସଞ୍ଜିରା କିଶାନଙ୍କ ଘର ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଡିବା ପ୍ରଧାନ, ମୋହନ ବିଶ୍ବାଳ ଏବଂ ଅଶୋକ ପ୍ରଧାନଙ୍କ ମଧ୍ୟ ଘର ଭାଙ୍ଗି ଦେଇଛନ୍ତି। ରାତିରେ ବନବିଭାଗକୁ ସୂଚନା ଦେବାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ଗ୍ରାମବାସୀ ଏବଂ ବନ ବିଭାଗର ଉଦ୍ୟମରେ ଗାଆଁରୁ ହାତୀପଲକୁ ଘର ଘଉଡାଇ ଦିଆଯାଇଥିଲେ ସୁଦ୍ଧା ନିକଟସ୍ଥ ଗ୍ରାମଗୁଡ଼ିକ ପାଇଁ ବିପଦ ଦେଖା ଦେଇଛି। ଲେଫ୍ରିପଡ଼ା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଏବଂ ବନପାଳ ପ୍ରେମ ସାଗର ନାଏକ ପ୍ରମୁଖ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି।
ଆଜି ସକାଳେ ଲେଫ୍ରିପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅମୀର କୁମାର ନାଏକ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ କ୍ଷତିଗ୍ରସ୍ତ ଗରିବ ପରିବାରଙ୍କୁ ତତ୍କାଳ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/e0396c9a-bb12-403f-9d16-afa1f00b4739.jpg)