ଦନ୍ତା ଆକ୍ରମଣରେ ଯୁବକ ଗୁରୁତର

କୁତ୍ରା (ସୁନ୍ଦରଗଡ଼): ଆଜି ସକାଳୁ ଏକ ଦନ୍ତା ଆକ୍ରମଣରେ ଜଣେ ଯୁଵକ ଗୁରୁତର ଆହତ ହୋଇଛନ୍ତି। ଯୁବକ ହେଲେ ବଡଗାଁ ବନାଞ୍ଚଳ କୁତ୍ରା ବ୍ଲକ ଅନ୍ତର୍ଗତ ପୁର୍କାପାଲି ଗାଁ ଯଦୁମଣି ପ୍ରଧାନ (୪୫)। ସକାଳୁ ସେ ନିଜ ବାଡ଼ିପଟେ ଯାଇଥିବା ବେଳେ ହଠାତ ଏକ ଦନ୍ତା ହାବୁଡ଼ରେ ପଡିଥିଲେ। କୌଣସି ମତେ ଖସି ଆସିବାକୁ ଚେଷ୍ଟା କରୁଥିବା ଵେଳେ ହାତୀଟି ଶୁଣ୍ଢରେ ଆକ୍ରମଣ କରିଥିଲା।

ଯୁବକ ତଳେ ପଡ଼ିଯିବା ପରେ ହାତୀଟି ଚାଲି ଯାଇଥିଲା। ଘର ଲୋକେ ଜାଣିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି କୁତ୍ରା ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର