ବ୍ୟାଙ୍କ ଅଫ୍‌ ବରୋଦା ଓ ଆଇସିଆଇସିଆଇ ବ୍ୟ‌ାଙ୍କ ଆରମ୍ଭ କଲେ ନୂଆ ଜମା ଖାତା, ମିଳିବ ଆମାଜନ୍‌ର ଗିଫ୍ଟ କାର୍ଡର୍

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଓ ଆଇସିଆଇସିଆଇ  ବ୍ୟାଙ୍କ ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ଦୁଇ ପ୍ରକାରର ଜମା ଖାତା ଆଣିଛନ୍ତି । ବିଓବି ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଜମା ଖାତା ଆରମ୍ଭ କରିଛି। ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ସାଧାରଣ ଲୋକଙ୍କ ପାଇଁ ପ୍ରିମିୟମ୍‌ ଜମ‌ା ଖାତା ଆରମ୍ଭ କରିଛି ।

ବିଓବି ଜମା ଖାତାରେ ଗ୍ରାହଙ୍କୁ ମିଳିବ ଏହି ସୁବିଧା

ବିଓବି ଦୁଇ ପ୍ରକାର ଖାତା ଆରମ୍ଭ କରିଛି। ଗୋଟେ ବରିଷ୍ଠ ନାଗରିକଙ୍କ ପାଇଁ ଓ ଅନ୍ୟଟି ମହିଲା ଶକ୍ତି ଜମା ଖାତା । ଏହି ଦୁଇଟି ଖାତାରେ ଜମାକାରୀମାନେ ବ୍ୟାଙ୍କ ଲକର ଲାଗି ରିହାତି ପାଇବ‌ା ସହ ଲୋନ୍‌ ପ୍ରୋସେସିଂ ଫିରେ ମଧ୍ୟ ରିହାତି ପାଇବେ । ଡେବିଟ କାର୍ଡ ଓ କ୍ରେଡିଟ୍‌ କାର୍ଡରେ ମଧ୍ୟ ସ୍ବତନ୍ତ୍ର ରିହାତି ମିଳିବ ।

ଆଇସିଆଇସିଆଇ ଖାତାରେ କଣ ରହିଛି ସୁବିଧା 

ଅନ୍ୟପଟେ ଆଇସିଆଇସିଆଇ ବ୍ୟାଙ୍କ ୱାନ୍‌ ପ୍ରିମିୟମ୍‌ ଜମା ଖାତା ଆରମ୍ଭ କରିଛି । ଏହି ଖାତାର ନାମ ରହିଛି ଦ ୱାନ୍‌, ଏଥିରେ ଚାକିରି କରୁଥିବା  ଓ ବ୍ୟବସାୟ କରୁଥିବା ଲୋକ  ବିଭିନ୍ନ ସୁବିଧା ପାଇ ପାରିବେ ।

ଏଥିରେ ମାଗନମ୍‌ ଓ ଟାଇଟନିୟମ୍ ନାମରେ ଦୁଇ ପ୍ରକାର ଖାତା ରହିଛି । ଏହି ଖାତାରେ ଡେବିଟ କାର୍ଡ ସହ ଆର୍ଥିକ ସୁରକ୍ଷା ପ୍ରଦାନ କରିଛି ବ୍ୟାଙ୍କ। ଅନ୍ୟପଟେ ଏଥିରେ ସ୍ବାସ୍ଥ୍ୟ ଓ ଜୀବନବୀମା ମଧ୍ୟ ମିଳିଥାଏ । ଏହାର ଗ୍ରାହକକୁ ଲୋନ୍‌ ପ୍ରୋସେସିଂ ଫିରେ  ରିହାତି, ଡେବିଟ୍‌ କାର୍ଡ ସହ ଆମାଜନ୍‌ ଗିଫ୍ଟ କାର୍ଡ ମଧ୍ୟ ମିଳିଥାଏ । ଟାଇଟନିୟମ୍ ଆକାଉଣ୍ଟଧାରୀଙ୍କୁ ୧ ବର୍ଷ ଜୋମାଟୋ ଗୋଲ୍ଡର ଫ୍ରି ସବ୍‌ସକ୍ରିପ୍‌ସନ୍‌ ମଧ୍ୟ ମିଳିବ । ଦି ୱାନ୍‌ ଖାତାର ମୁଖ୍ୟ ଫାଇଦା ହେଲା ଏହାର ଏଟିଏମ୍‌ କାର୍ଡରେ ଆପଣ ଆଇସିଆଇସିଆଇ ବ୍ୟ‌ାଙ୍କ ସହ ଅନ୍ୟ ବ୍ୟାଙ୍କରୁ ମଧ୍ୟ ଅନଲିମିଟେଡ ଫ୍ରି  NEFT ଓ RTGS ଅନ୍‌ଲାଇନ ଚାଲାଣ  କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌  ବ୍ୟବହାର କରିପାରିବେ । ବାର୍ଷିକ ଲକର ଭଡାରୁ ୪୦% ରିହାତି ମଧ୍ୟ ମିଳିବ । ଯଦି ଏହି ଆକାଣ୍ଟରେ ଆପଣ ଗ୍ରୁପ୍‌ ସ୍ବାସ୍ଥ ବୀମା ନେବେ ତା’ହାଲେ ଏଥିରେ ଆପଣଙ୍କ ‘OPD, day care and surgery’ର ସୁବିଧା ମିଳିବ । ମାଗଣା ଡେବିଟ୍‌ କାର୍ଡ ସହ ବିମାନ ଦୁର୍ଘଟଣାରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିବ । ଟାଇଟନିୟମ୍ ଦୁର୍ଘଟଣା ବୀମା ୧୦ ଲକ୍ଷ ଓ ମାଗନମରେ ଦୁର୍ଘଟଣା ବୀମା ୫ ଲକ୍ଷ ଟଙ୍କା ମିଳିବ।

ଏହି ଖାତାରେ ବଡ଼ ସହରର ଲୋକଙ୍କୁ ମିନିମମ୍ ବାଲାନ୍ସ ୩୦୦୦ ଟଙ୍କ ଜମା ରାଶି ରଖିବାକୁ ପଡିବ । ଛୋଟ ସହରର ଲୋକଙ୍କ ପାଇଁ ୨୦୦୦ ଟଙ୍କା ଓ ଗାଁ ଲୋକଙ୍କ ପାଇଁ ଜମା ଖାତାରେ  ୧୦୦୦ ଟଙ୍କା ମିନିମମ୍ ବାଲାନ୍ସ ରଖିବାକୁ ପଡିବ ।

ସମ୍ବନ୍ଧିତ ଖବର