କାଲିଠୁ ୬ଦିନ ବ୍ୟାଙ୍କ ବନ୍ଦ: ଜାଣନ୍ତୁ କେଉଁ କେଉଁ ଦିନ,କେଉଁଠି ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତମାସ ୩୧ଦିନ ପଡୁଥିବା ବେଳେ ଗତକାଲି ଅର୍ଥାତ୍ ୧୮ ତାରିଖରୁ ୬ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଆରବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ବାକି ରହିଯାଇଛି ଶୀଘ୍ର ଶେଷ କରିନିଅନ୍ତୁ ।

ଆରବିଆଇ ଜାରି କରିଥିବା ସୂଚୀ ଅନୁସାରେ, ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ ଏହି ଦିନ କେବଳ ଚେନ୍ନାଇରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି  ଜାନୁଆରି ୨୨ ମାସର ଚତୁର୍ଥ ଶନିବାର ପଡୁଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରି ୨୩ତାରିଖ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ସହ ଜାନୁଆରି ୨୫ରେ  ହିମାଚଳପ୍ରଦେଶରେ ରାଜ୍ୟ ସ୍ଥାପନା ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଜାନୁଆରି୨୬ରେ ଗଣତନ୍ତ୍ର ଦିବସ ହୋଇଥିବାରୁ ପୂରା ଦେଶରେ ବ୍ୟାଙ୍କ ଛୁଟି ରହିବ । ଏହା ସହ ଜାନୁଆରି ୩୧ରେ ଆସାମରେ ବ୍ୟାଙ୍କ ଛୁଟି ରହିବ ।

ତେବେ ଏଠାରେ ଆମେ କହିରଖୁଛୁ କି, ଏହି ଛୁଟି ଦିନ ଗୁଡିକ ସବୁ ରାଜ୍ୟରେ ଲାଗୁ ହେବ ନାହିଁ ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର ଏବଂ ଚତୁର୍ଥ ଶନିବାର ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ, ଯାହା ଆରବିଆଇ ତାଲିକାରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର