ବାଲ୍‌ଟିଏ ପାଣିରେ ୫ ବୁନ୍ଦା ଲେମ୍ବୁ ରସ ପକାଇ ସ୍ନାନ କରନ୍ତୁ, ଜାଣିବେ କି ଫାଇଦା ମିଳେ

ଆମ ଶରୀରର ସବୁ ଅଙ୍ଗ ସମାନ ପରିମାଣରେ ଗୋରା ନୁହେଁ । କେତେକ ଅଙ୍ଗକୁ ଅଧିକ ଗୋରା କରିବା ଲାଗି ଆମେ ପ୍ରୟାସ କରିଥାଉ । ବିଶେଷ କରି ମହିଳାମାନେ ନିଜର ମୁହଁକୁ ଗୋରା ଓ ଦାଗହୀନ କରିବା ପାଇଁ କେତେକ କସ୍‌ମେଟିକ ଓ ଘରୋଇ ଉପଚାର କରିଥାନ୍ତି । ଏଥିରେ ସଫଳ ବି ହୋଇଥାନ୍ତି ଅନେକ ସମୟରେ ।
ମୁହଁ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗ ଗୋରା ନ ହେଲେ ଚଳିବ, କିନ୍ତୁ ମୁଖମଣ୍ଡଳ ନିଶ୍ଚିତ ଭାବେ ଗୋରା ହେବା ଆବଶ୍ୟକ ବୋଲି ମନେ କରନ୍ତି ମହିଳା । ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ ଜଣାଇବୁ, ଯାହା ଦ୍ୱାରା ଆପଣଙ୍କର ମୁହଁ ସମେତ ସବୁ ଅଙ୍ଗ ଗୋରା ଦିଶିବ ।

ଆମ ଶରୀରର ହାତ, ପାଦ, ମୁହଁ ଓ ବେକ ଆଦି ଖରା ଓ ପ୍ରଦୂଷଣ ହେତୁ ଅଧିକ ପ୍ରଭାବିତ ହୋଇଥାଏ । ଏଣୁ ଏସବୁ ଅଙ୍ଗକୁ ଗୋରା କରିବା ଲାଗି ଆପଣ ସକାଳେ ସ୍ନାନ ସମୟରେ ଏକ ଛୋଟିଆ ପ୍ରୟୋଗ କରନ୍ତୁ । ସକାଳେ ଗାଧୋଇବା ବେଳେ ପାଣି ଭର୍ତ୍ତି ଥିବା ବାଲ୍‌ଟିରେ ୫ ରୁ ୬ ବୁନ୍ଦା ଲେମ୍ବୁ ରସ ମିଶାଇ ତାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ । ସେହି ପାଣିରେ ପ୍ରତ୍ୟହ ସ୍ନାନ କରିଲେ, କିଛି ସପ୍ତାହ ଭିତରେ ଆପଣଙ୍କ ଶରୀର ଗୋରା ହୋଇଯିବ ।

photo-youtube

ଲେମ୍ବୁରେ ଆଣ୍ଟି ଆଲର୍ଜି ଓ ଟୋନିଂଗ୍‌କୁ କାଟିବାର ଗୁଣ ରହିଛି । ଏଥିରେ ଥିବା ତତ୍ତ୍ୱ ବାହ୍ୟ ପ୍ରଦୂଷଣରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଣୁ ଏହି ପ୍ରୟୋଗ ଜରିଆରେ ଶରୀର ଗୋରା ଦିଶିଥାଏ ।

ସମ୍ବନ୍ଧିତ ଖବର