ଅଧିକ ମଦ୍ୟପାନ କଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ମଦ ବନ୍ଦ କରିବାର ୧୦-୧୫ ଦିନ ମଧ୍ୟରେ ହିଁ ଶରୀରର ବହୁ ଅଙ୍ଗ-ପ୍ରତ୍ୟଙ୍ଗ ଠିକ୍ ଭାବେ କାମ କରିବା ଆରମ୍ଭ କରିଥାଏ। ଜାଣନ୍ତୁ ମୁଖ୍ୟ ଫାଇଦା ସବୁ ବିଷୟରେ…
ମୋଟାପଣ: ଅଧିକ ମଦ୍ୟପାନ କରିଲେ ଶରୀରରେ ପାଣି ଓ ଚର୍ବି ଜମା ହୋଇଥାଏ। ମଦ ଛାଡ଼ିବାର ୧୦-୧୫ ଦିନ ମଧ୍ୟରେ ଏହା ୨ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ।
କୋଲେଷ୍ଟ୍ରଲ୍: ମଦ୍ୟପାନ କଲେ କୋଲେଷ୍ଟ୍ରଲ୍ ସ୍ତର ବଢ଼ି ଯାଇଥାଏ। ମଦ ଛାଡ଼ିବାର ୧୦-୧୫ ଦିନ ମଧ୍ୟରେ ଏହି ସ୍ତର ୫ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ।
ଟକ୍ସିନ୍: ମଦ୍ୟପାନ କଲେ ଶରୀରରେ ଟକ୍ସିନ୍ ବା ବ୍ୟାକ୍ଟେରିଆ ବିଷ ଜମାଟ ବାନ୍ଧିଥାଏ। ମଦ ଛାଡ଼ିବାର ୧୦-୧୫ ଦିନ ମଧ୍ୟରେ ଏହା ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ।
ଷ୍ଟ୍ରେସ୍ ଓ ଟେନ୍ସନ୍: ମଦ୍ୟପାନ କଲେ ନିଦର ପରିମାଣ କମି ଯାଏ, ଷ୍ଟ୍ରେସ୍ ଓ ଟେନ୍ସନ୍ ବଢ଼ିଥାଏ। ମଦ ଛାଡ଼ିଲା ପରେ ଏହା କମ୍ ଧୀରେ ଧୀରେ ସ୍ୱାଭାବିକ ହୋଇଥାଏ।
କ୍ୟାନ୍ସର୍ର ବିପଦ: ମଦ୍ୟପାନ କଲେ ଲିଭର୍, ମୁହଁ ଓ ପେଟରେ କ୍ୟାନ୍ସର୍ ହେବାର ବିପଦ ବଢ଼ିଯାଏ। ମଦ ଛାଡ଼ିଦେଲେ ଏହି ବିପଦ କମି ଯାଇଥାଏ।
ଡିପ୍ରେସନ୍: ମଦ୍ୟପାନ କଲେ ଡିପ୍ରେସନ୍ ବଢିଥାଏ। ମଦ ଛାଡ଼ିଲା ପରେ ଏହା ବହୁ ପରିମାଣରେ କମି ଯାଇଥାଏ।
ଲିଭର୍ ରୋଗର ବିପଦ: ମଦ୍ୟପାନ ଲିଭର୍କୁ ସବୁଠୁ ଅଧିକ ବିପଦ ପଡ଼ିଥାଏ। ଠିକ୍ ସମୟରେ ମଦ ଛାଡ଼ିଦେଲେ ଏହା ପୁଣି ସ୍ୱାଭାବିକ ହୋଇ ଯାଇଥାଏ।
ପୀଡ଼ା: ମଦ୍ୟପାନ କଲେ ମୁଣ୍ଡବିନ୍ଧା ହେବା ସହ ମାଂସପେଶୀ ଓ ଗଣ୍ଠି ଦରଜ ହୋଇଥାଏ। ମଦ ଛାଡ଼ିଦେଲେ ଏହା ମଧ୍ୟ ବନ୍ଦ ହୋଇଯିବ।
ହୃଦ୍ରୋଗ: ମଦ୍ୟପାନ କଲେ ରକ୍ତନଳୀଗୁଡ଼ିକରେ ଚର୍ବି ଓ କୋଲେଷ୍ଟ୍ରଲ୍ ବଢ଼ିଯାଏ। ଏଥିପାଇଁ ହୃଦ୍ରୋଗର ବିପଦ ବଢ଼ିଥାଏ। ମଦ ଛାଡ଼ିଦେଲେ ଏହା କମ୍ ହୋଇ ଯାଇଥାଏ।