ନୂଆଦିଲ୍ଲୀ : ବର୍ତ୍ତମାନ ସୁସ୍ଥ ରହିବା ପାଇଁ ଅଧିକାଂଶ ସହଜ ଉପାୟ ଖୋଜୁଛନ୍ତି। ତେବେ ପିଲା ବେଳର ଖେଳରେ ମଧ୍ୟ ଏପରି ଅନେକ ଜିନିଷ ସାମିଲ ରହିଥାଏ, ଯାହା ଦ୍ୱାରା ଆପଣ ସୁସ୍ଥ ରହିପାରିବେ । ତାହା ମଧ୍ୟରୁ ଗୋଟିଏ ହେଉଛି ଦୌଡ଼ି ଡ଼େଇଁବା ବା ସ୍କିପିଂ । ତେବେ ଆପଣ ଜାଣିଛନ୍ତି କି ଦୈନିକ ଦୌଡ଼ି ଡ଼େଇଁବା ଦ୍ୱାରା ଆପଣଙ୍କର ଅନେକ ଶାରୀରିକ ସମସ୍ୟା ଦୂର ହୋଇପାରିବ । ପ୍ରତିଦିନ ଦୌଡ଼ି ଡ଼େଇଁବା ଦ୍ୱାରା ମାଂସପେଶୀୟ ସମସ୍ୟାର ଉପଚାର ହୋଇଥାଏ । ଆସନ୍ତୁ ଜାଣିବା ଦୌଡ଼ି ଡ଼େଇଁବାର ବିଭିନ୍ନ ଉପାଦେୟତା ବିଷୟରେ ।
/sambad/media/post_attachments/wp-content/uploads/2018/05/4bbbbb7009848656_2015_0223_Popsugar_Fitness_1762-300x200.jpg)
ଆଜିକାଲି ପ୍ରାୟତଃ ସମସ୍ତଙ୍କ ପାଖରେ ମେଦ ବହୁଳତା ସମସ୍ୟା ଦେଖିବାକୁ ମିଳୁଛି। ଓଜନ କମ କରିବା ଏବଂ ମେଦ ହ୍ରାସ କରିବା ପାଇଁ ସାଧାରଣତଃ ସମସ୍ତେ ଡ଼ାଏଟିଂ କରିବା ସହ ଜିମ୍ ଯାଉଥିବାର ଦେଖାଯାଉଛନ୍ତି । ତେବେ ଓଜନ କମ କରିବାର ସବୁଠାରୁ ସରଳ ଉପାୟ ହେଉଛି ଦୌଡ଼ି ଡ଼େଇଁବା । ନିୟମିତ ସକାଳେ ୧୫ ମିନିଟ ଦୌଡ଼ି ଡ଼େଇଁଲେ ବହୁ କମ ଦିନରେ ଦେଖିବେ ଆପଣଙ୍କର ମେଦ ହ୍ରାସ ହୋଇଯିବ ।
ଦୌଡ଼ି ଡ଼େଇଁବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା ମିଳିଥାଏ । ଏହା ସହ ଦୈନିକ ଦୌଡ଼ି ଡ଼େଇଁବା ଦ୍ୱାରା ଗୋଇଠି ଶକ୍ତ ହୋଇଥାଏ । କିନ୍ତୁ କେବେ ମଧ୍ୟ ଭୁଲରେ ଅଧିକ ଜୋରରେ ଦୌଡ଼ି ଡ଼ିଅଁନ୍ତୁ ନାହିଁ । ଏହା ଦ୍ୱାରା ମାଂସପେଶୀ ଉପରେ ଖରାପ ପ୍ରଭାବ ପଡ଼ିବାରେ ।
/sambad/media/post_attachments/wp-content/uploads/2018/05/aid321032-v4-728px-Jump-Rope-for-Weight-Loss-Step-10-300x216.jpg)
ଶିଶୁମାନଙ୍କର ବୟସ ଅନୁଯାୟୀ ଉଚ୍ଚତା ବୃଦ୍ଧି ହୋଇ ନ ଥାଏ । ଯାହା ଫଳରେ ତାଙ୍କର ମାତାପିତା ଉଚ୍ଚତା ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ଦେଇଥାନ୍ତି । ତେବେ ଉଚ୍ଚତା ବଢ଼ାଇବା ପାଇଁ ସବୁଠାରୁ ସୁବିଧା ଜନକ ଉପାୟ ହେଉଛି ଦୌଡ଼ି ଡ଼େଇଁବା । ଏହା ଦ୍ୱାରା ହାଡ଼ ମଜବୁତ ହେବା ସହ ଶିଶୁଙ୍କ ଉଚ୍ଚତା ବୃଦ୍ଧି ପାଇଥାଏ ।
ଦୌଡ଼ି ଡ଼େଇଁବା ଦ୍ୱାରା ମାନସିକ ବିଷାଦ ଦୂର ହେବା ସହ ମାନସିକ ଶାନ୍ତି ମିଳିଥାଏ । ଦୌଡ଼ି ଡ଼େଇଁବା ସମୟରେ ହାତର ଆଙ୍ଗୁଠି ଏବଂ ହାତ ବୁଲିଥାଏ ଯାହା ଫଳରେ ରକ୍ତ ସଞ୍ଚାଳନ ସଠିକ ରହିଥାଏ ।