ଶ୍ରୀରାମଚରିତମାନସରେ ଅନେକ କଥା ରହିଛି । ସେଥିରେ ରାମଙ୍କର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି। ରାମାୟଣରେ ଯାହା ସବୁ କଥା ରହିଛି ତାହାର ପ୍ରତିଫଳନ ଶ୍ରୀରାମଚରିତମାନସରେ ବର୍ଣ୍ଣିତ ହୋଇଛି। ଶ୍ରୀରାମ ଚରିତମାନସରେ ଏକ ଅଧ୍ୟାୟ ଅଛି ,ତାହା ହେଲା ଲଙ୍କାକାଣ୍ଡ । ତାହା ଅନୁସାରେ,ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଯେତେବେଳେ ଭୀଷଣ ଯୁଦ୍ଧ ହେଲା;ସେତେବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଥଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳି ପଡ଼ିଲେ। ତେଣୁ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି ବୁଟି ଆଣିବାକୁ ପର୍ବତ ଉପରକୁ ଗଲେ। ହେଲେ ସେ ସେଠାରେ ସେ ବହୁତ କିଛି ଔଷଧୀୟ ବୃକ୍ଷକୁ ଦେଖିଲେ। ଯାହାଫଳରେ ସେଥିମଧ୍ୟରେ କେଉଁଟା ସଂଜିବନୀ ବୁଟି ବୋଲି ସେ ଜାଣିପାରିଲେ ନାହିଁ।
/sambad/media/post_attachments/wp-content/uploads/2018/01/hanuman-intoday.in_-2-300x188.jpg)
ଫଳସ୍ୱରୂପ ମହବଳୀ ଭଗବାନ ବଜରଙ୍ଗବାଲୀ ସମସ୍ତ ପର୍ବତକୁ ହିଁ ନିଜର ହାତ ସାହାଯ୍ୟରେ ଉଠାଇ ଆଣିଥିଲେ। ହେଲେ ହନୁମାନ ଯେତେବେଳେ ତାଙ୍କ ହାତରେ ବିଶାଳ ପର୍ବତକୁ ଧରି ଉଡ଼ି କରି ଅଯୋଧ୍ୟା ଉପରରେ ପହଂଚିଲେ ,ସେତେବେଳେ ଆକାଶ ମାର୍ଗରେ ହନୁମାନଙ୍କର ଏହି ବିଶାଳକାୟ ରୂପକୁ ଦେଖି ଭରତ ତାଙ୍କୁ କୌଣସି ଏକ ରାକ୍ଷସ ଭାବି ବସିଲେ ଓ ତାଙ୍କୁ ବାଣ ମାରିଲେ। ଭରତଙ୍କ ସେହି ବାଣରେ ହନୁମାନଜୀ ଆଘାତ ହୋଇ ମାଟି ଉପରେ ପଡ଼ିଗଲେ। ଏହାପରେ ଭରତ ହନୁମାନଙ୍କ ପାଖକୁ ଯାଇ ସେ ଯେ ରାମଙ୍କ ଭକ୍ତ ବୋଲି ଜାଣି ତୁରନ୍ତ ତାଙ୍କୁ ସୁସ୍ଥ କରି ଦେଇଥିଲେ। ତାପରେ ଭରତ-ହନୁମାନଙ୍କର ସୁସଂପର୍କ ସ୍ଥାପିତ ହୋଇଥିଲା।