ଭୀଷ୍ମଙ୍କୁ ପରାଜିତ କରିପାରି ନଥିଲେ ପର୍ଶୁରାମ !

ଭୀଷ୍ମ ବୀର ଯୋଦ୍ଧା ଥିଲେ ଏବଂ ତାଙ୍କ ଭିତରେ କ୍ଷତ୍ରିୟମାନଙ୍କର ସମସ୍ତ ଗୁଣ ପରିପୂର୍ଣ୍ଣ ଥିଲା। କ୍ଷତ୍ରିୟକୁଳ-ସଂହାରକ ପର୍ଶୁରାମ ମଧ୍ୟ ଭୀଷ୍ମଙ୍କଠାରୁ ଶସ୍ତ୍ର ବିଦ୍ୟା ଶିକ୍ଷା କରିଥିଲେ।ପର୍ଶୁରାମ ଭୀଷ୍ମଙ୍କୁ କାଶୀରାଜଙ୍କ କନ୍ୟା ଅମ୍ବାଙ୍କ ସହିତ ବିବାହ କରାଇବାକୁ ଚାହୁଁଥିଲେ। ଏହି ପ୍ରସ୍ତାବକୁ ଭୀଷ୍ମ ଅତ୍ୟନ୍ତ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ। ପର୍ଶୁରାମ ଅନେକ ଥର ବୁଝାଇବା ସତ୍ତ୍ୱେ ଭୀଷ୍ମ ରାଜି ହେଲେନି। ଏଥିରେ ପର୍ଶୁରାମ କ୍ଷୁବ୍ଧ ହୋଇ ଭୀଷ୍ମଙ୍କ ଉପରକୁ ଅସ୍ତ୍ର ଉଠାଇଲେ।ଲଗାତାର ତେଇଶି ଦିନ ଯାଏଁ ଭୀଷ୍ମ ଓ ପର୍ଶୁରାମଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା,କିନ୍ତୁ ଭୀଷ୍ମଙ୍କୁ ପରାଜିତ କରି ପାରି ନଥିଲେ ପର୍ଶୁରାମ। ପରେ ଦେବତାମାନେ ପର୍ଶୁରାମଙ୍କୁ ବୃଥା ଅହଙ୍କାରରୁ ନିବୃତ୍ତ କରାଇଥିଲେ।

ଏଣେ ଯେତେବେଳେ ସତ୍ୟବତୀଙ୍କ ଦୁଇପୁତ୍ର ମରିଗଲେ,ସେତେବେଳେ ଭରତ ବଂଶ ଓ ରାଜ୍ୟର ଉତ୍ତରାଧିକାରୀ ହେବାପାଇଁ ସେ ଭୀଷ୍ମଙ୍କୁ ନିବେଦନ କରିଲେ। ଭୀଷ୍ମ ଚାହିଁଥିଲେ ଉଭୟ ରାଜ୍ୟ ଓ ସ୍ତ୍ରୀ ସୁଖ ଭୋଗ କରିପାରି ଥା’ନ୍ତେ,ମାତ୍ର ନିଜର ପ୍ରତିଜ୍ଞା ଯୋଗୁଁ ସେ ମାତା ସତ୍ୟବତୀଙ୍କୁ ମନା କରିଲେ।

photo- soundcloud artworks-

ଭୀଷ୍ମ ଦୁର୍ଯ୍ୟୋଧନର ଅନୀତିକୁ ନେଇ ତା’କୁ କେତେ ଥର କଡ଼ା ଓ ମିଠା ଭାଷାରେ ବୁଝାଇବାର ପ୍ରଯତ୍ନ କରିଥିଲେ ହେଁ ,ତାହା ନିଷ୍ଫଳ ଯାଇଥିଲା। କୁରୁକ୍ଷେତ୍ର ଯୁଦ୍ଧ ସମୟରେ ତାଙ୍କର ମନ ଓ ହୃଦୟ ପାଣ୍ଡବମାନଙ୍କ ପାଖରେ ଥିବା ସତ୍ତ୍ୱେ ସେ ବାଧ୍ୟ ହୋଇ କୌରବ ମାନଙ୍କର ସେନାପତି ହୋଇଥିଲେ। ବୃଦ୍ଧ ଭୀଷ୍ମ ଦଶ ଦିନ ଧରି ଯୁଦ୍ଧ କରି ଅନେକ ତରୁଣ ଯୋଦ୍ଧାଙ୍କୁ ପରାଜିତ କରିଥିଲେ।ଭୀଷ୍ମ ଜାଣିଥିଲେ ଏହି ଯୁଦ୍ଧରେ ପାଣ୍ଡବମାନଙ୍କର ହିଁ ବିଜୟ ହେବ।

ସମ୍ବନ୍ଧିତ ଖବର