ଭୁବନେଶ୍ବର: ରାଜଧାନୀ ମୁଖ୍ୟସ୍ଥଳୀ ରାଜଭବନ ଛକରେ ଥିବା ପେଟ୍ରୋଲ୍ ପମ୍ପ୍ରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟିଯାଇଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁଇ ଜଣଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଶୁ ଚିକିତ୍ସା ଦିଆଯାଇ କଟକ ବଡ଼ ମେଡିକାଲ୍କୁ ପଠାଇ ଦିଆଯାଇଛି। ଏହିି ଦୁଇ ଜଣଙ୍କର ଆଖିରେ ଗଭୀର ଆଘାତ ଲାଗିଛି। ସେମାନେ ହେଲେ ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଓ ସତ୍ୟ ନାୟକ। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍ସିକ୍ ଟିମ୍ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି।
ଏହି ଅଗ୍ନିିକାଣ୍ଡରୁ ହୋଇଥିବା ବିସ୍ଫୋରଣର କାରଣ ସଂପର୍କରେ ସୂଚନା ନେଇ ପୁଲିସ୍ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏଲ୍ପିଜି ଟାଙ୍କି ଫାଟି ଏହି ଦୁର୍ଘଟଣା ଘଟିଛି। ଏଥିସହ ସେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଗଚ୍ଛିତ ଥିବା ପେଟ୍ରୋଲ୍ ଓ ଡିଜେଲ୍ ନିଷ୍କାସନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଛନ୍ତି। ଏହି କାର୍ଯ୍ୟଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି। ସେମାନେ ଟାଙ୍କିରେ ଥିବା ପେଟ୍ରୋଲ୍ ଡିଜେଲ୍ କାଢ଼ିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଘଟଣାସ୍ଥଳ ନିବଟବର୍ତ୍ତୀ ଅଞ୍ଚଳର ଲୋକେ ( ୨ କିଲୋମିଟର ପରିଧି) ସଂଧ୍ୟା ପର୍ଯ୍ୟନ୍ତ ଘରୁ ନ ବାହାରିବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/post_attachments/wp-content/uploads/2020/10/fire-at-petrol-tank.jpg)
ଯେହେତୁ ଉକ୍ତ ଟାଙ୍କିରୁ ସଂପୂର୍ଣ୍ଣ ରୂପେ ତୈଳ କଢ଼ା ନଯିବା ପର୍ଯ୍ୟନ୍ତ ବିପଦ ଟଳିବ ନାହିଁ, ତେଣୁ ଏହି ଟାଙ୍କିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବିଭାଗ ଜଗି ରହିଛନ୍ତି। ଟାଙ୍କିିରେ ତେଲ ଥିବା ପର୍ଯ୍ୟନ୍ତ ବିପଦ ରହିଛି ବୋଲି ଡେପୁଟି ଫାୟାର୍ ଅଫିସର୍ ରମେଶ ମାଝି ସୂଚନା ଦେଇଛନ୍ତି। ସେହିପରି ଏହି ଦୁର୍ଘଟଣାରେ ରାଜଭବନ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ କେତେକ ଘରର ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ।
ସ୍ଥାନୀୟ ଅଧବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ପୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Road-Blocked-For-Petrl-Pump-Fire-Incident_Thumbnail.jpg)