ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ସେମିରେ କିସ୍‌ ଓ ବଜରଙ୍ଗବାଲୀ

ଭୁବନେଶ୍ୱର: ଭୁବନେଶ୍ୱରର କିସ୍‌ ଏବଂ ବଜରଙ୍ଗବାଲୀ ଜୁନିୟର କ୍ଲବ୍‌ ଏକାଦଶ ବିଜୁ ପଟ୍ଟନାୟକ ଗୋଲ୍‌ଡ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ସୋମବାର ଦୁଇଟି କ୍ୱାର୍ଟର ଫାଇନାଲ୍‌ରେ ଯଥାକ୍ରମେ କିସ୍‌ ୧-୦ ଗୋଲ୍‌ରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସକୁ ଏବଂ ବଜରଙ୍ଗବାଲୀ ୧-୦ ଗୋଲ୍‌ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଦଳକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ବିଜୟୀ କିସ୍‌ ଦଳ ପକ୍ଷରୁ ଏକ ମାତ୍ର ଗୋଲ୍‌ ଦେଇଥିବା କୁନାରାମ ସୋରେନ୍‌ (୨୦ ମିନିଟ୍‌)ଙ୍କୁ ଅତିଥି ପ୍ରିୟନାଥ ମିଶ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଗୋଲ୍‌ ଦେଇଥିବା ମନୋଜ ମାଝି (୫୦ ମିନିଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଦିଲୀପ କୁମାର ସାମନ୍ତରାୟ ପୁରସ୍କାର ପ୍ରଦାନ କରିଥିଲେ।
ମଙ୍ଗଳବାର ଦୁଇଟିଯାକ ସେମିଫାଇନାଲ୍‌ ଖେଳାଯିବ। ପ୍ରଥମରେ ବଜରଙ୍ଗବାଲୀ-ନୟାଗଡ଼ ଛାତ୍ରାବାସ ଏବଂ ଦ୍ୱିତୀୟରେ କିସ୍‌-ବଲାଙ୍ଗୀର ଛାତ୍ରାବାସ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର