୧୫୦ଟଙ୍କାରେ ମିଳିବ ବାୟୋଲଜିକାଲ-ଇର ଗୋଟେ ଡୋଜ !

ନୂଆଦିଲ୍ଲୀ: ଦେଶରେ କରୋନା ଦେଖା ଦେଉଥିବା ବେଳେ କେନ୍ଦ୍ର ସରକାର ଏବେ ବିଭିନ୍ନ ଟିକାକୁ ଅନୁମୋଦନ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି | ପୂର୍ବରୁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ ସରକାର ଅନୁମତି ଦେଇଥିବା ବେଳେ ଏବେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋଲୋଜିକାଲ୍ ଇ ଲିମିଟେଡକୁ କରୋନା ଟିକା ବାୟୋଲୋଜିକାଲ୍ ଇର ୩୦କୋଟି ଡୋଜ ତିଆରି କରିବା ପାଇଁ ସରକାର କହିଛନ୍ତି | ଏନେଇ ବାୟୋଲୋଜିକାଲ୍ ଇ ଲିମିଟେଡକୁ ୧୫୦୦କୋଟି ଟଙ୍କା ଦିଆଯାଇଛି |

ଟିକା ତିଆରି ପରେ ଏହାର ଗୋଟେ ଡୋଜ ୧୫୦ଟଙ୍କା ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି | ତେବେ ସରକାର ୧୮-୪୫ବର୍ଷ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଯୋଜନା କରୁଥିବା ବେଳେ ଏହି ଅଭିଯାନ ପାଇଁ ୫୦,୦୦୦କୋଟି ଟଙ୍କା ଖର୍ଚ ହେବ ବୋଲି ଜଣାପଡିଛି | ୯୪ କୋଟି ଲୋକଙ୍କ ପାଇଁ ୧୮୮ କୋଟି ଡୋଜର ବ୍ୟବସ୍ଥା କରିବାକୁ କେନ୍ଦ୍ର ଆନୁମାନିକ ମୂଲ୍ୟ ୪୫,୦୦୦-୫୦,୦୦୦ କୋଟି ମଧ୍ୟରେ ଖର୍ଚ କରିବ ବୋଲି ସୂଚନା ମିଳିଛି |

ସମ୍ବନ୍ଧିତ ଖବର