ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ସଂପର୍କରେ ଏ କଥା ଜାଣନ୍ତି କି !

ଭୁବନେଶ୍ୱର: ଆଜି ହେଉଛି ଓଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଜନ୍ମଦିନ । ସେ ୨୦୦୪ରେ ମୁକ୍ତିଲାଭ କରିଥିବା ସୁଶାନ୍ତ କୁମାର ସାହୁଙ୍କ ପ୍ରଯୋଜିତ ତଥା ଶକ୍ତି ବରାଳଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ ତୁ ଏକା ଆମ ସାହା ଭରସା’ରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଆସନ୍ତୁ ତାଙ୍କର କିଛି ବ୍ୟକ୍ତିଗତ କଥା ଜାଣିବା :
-ପ୍ରେମ୍‌ ଆନନ୍ଦ ସଂପୂର୍ଣ୍ଣ ଶାକାହାରୀ  ।
– ସେ କେବେ ବି ଆମିଷ ଭୋଜନ କରନ୍ତି ନାହିଁ  ।
-ସେ ଜଗନ୍ନାଥ ଏବଂ ମା ଶାରଳାଙ୍କ ଭକ୍ତ  ।
– ପ୍ରେମ୍‌ ଆନନ୍ଦଙ୍କ ପତ୍ନୀଙ୍କ ନାମ ଶାଶ୍ୱତୀ ଆଚାର୍ଯ୍ୟ  ।
-ପ୍ରେମ ଆନନ୍ଦଙ୍କ ଦୁଇ ପୁଅ- ପ୍ରଥମ ଏବଂ ପୂରନ  ।
-ହ୍ଵାଇଟ୍‌ ସାର୍ଟ ଏବଂ ଜିନ୍ସ ପିନ୍ଧିବାକୁ ଭଲ ପାଆନ୍ତି  ।

-ହିନ୍ଦୀ ଓ ମରାଠୀ ସିନେମାରେ ବି ସେ ସଂଗୀତ ନିର୍ଦ୍ଦେଶନା ଦେଇ ସାରିଲେଣି  ।
-ନବାଗତଙ୍କୁ ସୁଯୋଗ ଦେବାରେ ତାଙ୍କର ଖ୍ୟାତି ରହିଛି  ।
-ଏଯାବତ ସେ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଲେଣି  ।

ସମ୍ବନ୍ଧିତ ଖବର