ପୌର ନିର୍ବାଚନ: ଆସିଲା ୧୫ ଜିଲ୍ଲାର ଅଧ୍ୟକ୍ଷ ପଦ ପାଇଁ ଫଳାଫଳ, ନୂଆପଡ଼ାରେ ଖାତା ଖୋଲିପାରିଲାନି ବିଜେଡି

‌ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ରାଜ୍ୟରେ ଭୋଟ ଗଣତି ଜାରି ଥିବା ବେଳେ ୧୫ଟି ଜିଲ୍ଲାରେ ଗଣତି ସରି ଯାଇଛି। ଏହି ସବୁ ଜିଲ୍ଲାରେ ପୌର ଅଧ୍ୟକ୍ଷ ପାଇଁ ଭୋଟ ଗଣତି ଶେଷ ହୋଇଛି। ବିଗତ ଦିନରେ ପଂଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ବିପୁଳ ମତଦାନ ମିଳିଥିବା ବେଳେ ପୌର ନିର୍ବାଚନରେ କେତେକ ଜିଲ୍ଲାର ଫଳାଫଳ ନେଇ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। କାରଣ ରାଜ୍ୟର ୩୦ଟି ଜିଲ୍ଲାରେ ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ପୌର ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ନୂଆପଡ଼ା ଜିଲ୍ଲାରେ ଖାତା ଖୋଲିପାରି ନାହିଁ।

ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ଉଜ୍ଜ୍ୱଳ ଗୁପ୍ତା ୩୯୦୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ସ୍ୱାଧୀନ ପ୍ରାର୍ଥୀ ଶ୍ରୀକାନ୍ତ ଚାଟାର୍ଜୀ ୨୦୪୪ ଖଣ୍ଡ ଭୋଯ ପାଇଛନ୍ତି। କିନ୍ତୁ ବିଜେଡି ମୂଳଚନ୍ଦ ସିଙ୍ଘଲ ୧୮୫୭ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ୧୮୫୬ ଭୋଟରେ ବିଜୟୀ ହୋଇଛି। ଖରିଆର ରୋଡ଼ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନିଆ ଜୈନ ୮୮୩ ଭୋଟରେ ବିଜୟୀ ହୋଇଛନ୍ତି। ସୋନିଆ ଜୈନ ୫୮୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୪୯୪୨ ଖଣ୍ଡ ଭୋଟ ପାଇଛନ୍ତି। ନୂଆପଡା ଏନଏସି ସ୍ବଧିନ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ ହୋଇଛନ୍ତି।

୧୫ ଜିଲ୍ଲାରେ ଭୋଟ ଫଳାଫଳ

ଅନଗୁଳ-୩
ବିଜେଡି-୩

ବରଗଡ଼-୪
ବିଜେଡି-୩
ସ୍ୱାଧୀନ-୧

ବୌଦ୍ଧ- ୧
ବିଜେଡି-୧

ଦେବଗଡ଼-୧
ବିଜେଡି-୧

ଢେଙ୍କାନାଳ-୩
ବିଜେଡି-୨
ବିଜେପି-୧

ଜଗତସିଂହପୁର-୨
ବିଜେଡି-୧
କଂଗ୍ରେସ-୧

ଯାଜପୁର -୨
ବିଜେଡି-୨

କଳାହାଣ୍ଡି-୪
ବିଜେଡି-୨
ବିଜେପି-୨

କୋରାପୁଟ-୪
ବିଜେଡି-୧
କଂଗ୍ରେସ-୧
ସ୍ୱାଧୀନ-୨

ମାଲକାନଗିରି-୨
ବିଜେଡି-୧
ବିଜେପି-୧

ନବରଙ୍ଗପୁର-୨
ବିଜେଡି-୧
ବିଜେପି-୧

ନୂଆପଡା-୩
ବିଜେଡି 0
ବିଜେପି-୧
କଂଗ୍ରେସ-୧
ସ୍ୱାଧୀନ-୧

ସମ୍ବଲପୁର-୨
ବିଜେଡି-୧
ବିଜେପି-୧

ସୁବର୍ଣପୁର-୩
ବିଜେଡି-୩

ସୁନ୍ଦରଗଡ଼-୩
ବିଜେଡି-୨
ବିଜେପି-୧

ସମ୍ବନ୍ଧିତ ଖବର