ଭୁବନେଶ୍ବର: ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବା ନେଇ ମୁଖ୍ୟ ନିର୍ବାଚନଙ୍କ ପାଖରେ ଦାବି ରଖିଛନ୍ତି। ବୋଲଗଡ଼ର ଏକ ବୁଥରେ ପଶି ଭାଜପାର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହା ସାଙ୍ଗକୁ ସେ ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ପାର୍ଟିଙ୍କୁ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ କରିଛି ବିଜେଡି। ଏହାପରେ ଫେରାର ହେବା ବେଳକୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ସେଠାରୁ ତାଙ୍କୁ ଲୁଚାଇ ନିଜଗାଡିରେ ବସାଇ ଫେରାର କରାଉଥିଲେ ବୋଲି ଅଭିଯୋଗ କରିଛି ବିଜେଡି । ଏହା ସହିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆଠାରେ ପୁଲିସ ଅଟକ ରଖିଛି ତେଣୁ ଯଥାଶୀଘ୍ର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଗିରଫ କରିବାକୁ ଦାବି କରାଯାଇଛି।
ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଜଣେ ଗୁଣ୍ଡା। ସେ ନିର୍ବାଚନ କରାଇ ଦେବେ ନାହିଁ ବୋଲି ନିକଟରେ କହିଥିଲେ। ସେ ବୋଲଗଡ଼ର ଏକ ପୋଲିଂ ବୁଥରେ ପହଞ୍ଚି ଇଭିଏମ୍ ଭାଙ୍ଗିଥିଲେ। ପୋଲିଂ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଘଟଣାସ୍ଥଳରୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିରେ ଫେରାର ହେବା ବେଳକୁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
/sambad/media/post_attachments/wp-content/uploads/2024/05/1500x900_418589-prasant-jagdev.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)