ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରିଲା ବିଜେଡ଼ି, ଅଞ୍ଜୁବାଳା ଜେନା ନିର୍ଦ୍ଵନ୍ଦରେ ନିର୍ବାଚିତ

ଭଦ୍ରକ: ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବିଜେଡ଼ି। ବିଜେଡ଼ିର ସମର୍ଥିତ ପ୍ରାର୍ଥୀ ଅଞ୍ଜୁବାଳା ଜେନା ଆଜି ନିର୍ଦ୍ଵନ୍ଦରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଅଞ୍ଜୁବାଳା ବିଜେଡ଼ି ଦଳ ପକ୍ଷରୁ ଆଜି ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ନେଇ ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଘୋଷଣା କରିବା ପରେ ନିଜର ଦଳୀୟ ସମର୍ଥକଙ୍କୁ ନେଇ ଆଜି ଅଞ୍ଜୁବାଳା ଭଦ୍ରକ ପୌର ପାଲିକା କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନ୍ୟ କେଉଁ ଦଳରୁ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ଦାଖଲ କରି ନଥିଲେ। ଶେଷରେ ନିର୍ବାଚନ ଅଧିକାରୀ ଅଞ୍ଜୁବାଳାଙ୍କ ନାମ ଭଦ୍ରକ ପୌର ଉପାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ।
ଅଞ୍ଜୁବାଳା ବିଜୟୀ ହେବା ପରେ ତାଙ୍କୁ ଭଦ୍ରକ ଭଦ୍ରକ ପୌରପାଳିକା ପକ୍ଷରୁ ପୁଷ୍ପ ଗୁଚ୍ଛ  ଦିଆ ଯାଇ ସ୍ବାଗତ କରାଯାଇଥିଲା। ବିଜେଡ଼ିର ଦଳୀୟ ସମର୍ଥକମାନେ ଅଞ୍ଜୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ।  ଅଂଜୁବାଳା ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଦ୍ରକ ବିଧାୟକ ସଞ୍ଜୀବ ମାଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭଦ୍ରକ ସହରରେ ବିକାଶ ପାଇଁ ମୁଁ କାମ କରିବି। ବିଧାୟକ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ପୌର ଉପାଧ୍ୟକ୍ଷ ଭାବେ ବିଜେଡ଼ି ଦଳରୁ ପ୍ରାର୍ଥୀ କରି ବିଜୟୀ କାରାଇ ଥିବାରୁ ମୁଁ ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜନାଉଛି। ଯେଉଁ କାଉନସିଲର ଭାଇ ଓ ଭଉଣୀ ମାନେ ମୋତେ ନିର୍ଦ୍ଵନ୍ଦରେ  ବିଜୟୀ କରାଇବାରେ ସହଯୋଗ  କରିଛନ୍ତି। ମୁଁ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି।
ଦୁଇଟି ପୌରାଞ୍ଚଳ ଓ  ଦୁଇଟି ବିଜ୍ଞାପିତ ଅଂଚଳ ପାଇଁ ମୋଟ ୪ ଜଣ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ପରୋକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହେକିଥିଲ। ନିର୍ବାଚିତ କାଉନସିଲର ମାନେ ଏହି ନିର୍ବାଚନ ରେ ଉପାଧ୍ୟକ୍ଷଙ୍କୁ ଭୋଟ ଦେଇ ଥିଲେ। ଭଦ୍ରକ ପୌରାଞ୍ଚଳରେ ୨୯ ୱାର୍ଡ଼ରୁ ୧୯ କାଉନସିଲର ବିଜେଡ଼ି ଦଳରେ ରହିଥିବାରୁ ବିଜେଡ଼ିର ଦଳୀୟ ପ୍ରାର୍ଥୀ ଏହି ପଦବି ଅକ୍ତିଆର କରିଥିଲେ। ଚର୍ଚ୍ଚାର ସବୁଠାରୁ ଆଗରେ ବିଜେଡ଼ି ଦଳର ନାରୀ ନେତ୍ରୀ ତଥା ୬ ନମ୍ୱର୍ ୱାର୍ଡ଼ର କାଉନସିଲର ଅଞ୍ଜୁବାଳା ଜେନା ରହିଥିଲେ। ଶେଷରେ ଆଜି ଅଞ୍ଜୁବାଳା ବାଜି ଜିତିଛନ୍ତି। ସେହିପରି ବାସୁଦେବପୁର ପୌର ପାଳିକା, ଚାନ୍ଦବାଲି ଏନ୍ ଏସି ଓ ଧାମନଗର ଏନ୍ଏସିରେ ମଧ୍ୟ ବିଜେଡ଼ି ବାଜି ଜିତିଛି।
ସମ୍ବନ୍ଧିତ ଖବର