କଟକ: ମାହାଙ୍ଗାର ବହୁଚର୍ଚ୍ଚିତ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କ ହତ୍ୟା ଘଟଣାରେ ନ୍ୟାୟ ପାଇଁ କଟକରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଏହି ମାମଲାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି। ବିଜେପି କର୍ମୀ କଟକ ଜିଲ୍ଲାର ପ୍ରତି ବ୍ଲକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ତାରିଖ ବିଳମ୍ବିତ ରାତିରେ ମାହାଙ୍ଗା ଠାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରଣ କରଯାଇଥିଲା। ଫଳରେ ଘଟଣା ସ୍ଥଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଭଳି ହତ୍ୟାକାଣ୍ତ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଓ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଆଇମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି କଟକରେ ବିଜେପି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ପ୍ରତ୍ୟେକଟି ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯିବ।