ଜାଣନ୍ତି , କଳା ଲୁଣ ଆମର ଏହିସବୁ କାମରେ ଆସିଥାଏ

ବିଟ ଲୁଣକୁ ଆମେ ବେଳେ ବେଳେ ଖାଦ୍ୟରେ ବ୍ୟବହାର କରିଥାଉ । ହେଲେ ଆପଣ ଏହାର ଫାଇଦାଗୁଡିକ ସଂପର୍କରେ ଆପଣ ଜାଣନ୍ତି କି?
ଧଳା ଲୁଣ ସେବନ କରିଲେ ଥାଇରଏଡ୍‌, ପକ୍ଷାଘାତ, ହାଇପରଟେନସନ୍‌ ଭଳି ସମସ୍ୟା ଦେଖା ଦେଇଥାଏ । ଏହି କାରଣରୁ ଏହି ଲୁଣକୁ କେତେକ ଦେଶରେ ନିଷିଦ୍ଧ କରାଯାଇଛି । ଅପରପକ୍ଷରେ କଳା ଲୁଣକୁ ଅଧିକାଂଶ ମସଲା ଚାଟ୍‌ରେ ପ୍ରୟୋଗ କରିଥାଉ । ତେବେ ଏଥିରେ ସଲଫର୍‌, ଆଇରନ୍‌ ଓ ଅନ୍ୟାନ୍ୟ କେତେକ ଖଣିଜ ପଦାର୍ଥ ରହିଥିବା ହେତୁ କଳା ଲୁଣ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ।

ସୁପ୍‌, ଚଟଣି, ଆଚାର ଓ ଚାଟ୍‌ ଆଦିରେ କଳା ଲୁଣ ମିଶାଇଲେ ତାହା ବେଶି ସ୍ୱାଦ୍ଦିଷ୍ଟ ହୋଇଥାଏ । ଏପରିକି ଗୁପ୍‌ଚୁପ୍‌ ପାଣି ଓ ଆଳୁରେ ମଧ୍ୟ କଳା ଲୁଣ ମିଶା ଯାଇଥାଏ । ଯଦି ଆପଣ ଥଣ୍ଡା ପାନୀୟରେ କଳା ଲୁଣ ମିଶାଇ ପିଇବେ, ତେବେ ତାହା ସ୍ୱାସ୍ଥ୍ୟ ପକ୍ଷେ ଭଲ ।
କଳା ଲୁଣକୁ ଆୟୁର୍ବେଦରେ ଔଷଧର ରୂପ ଦିଆଯାଇଥିବା ଜଣାଯାଏ । ଏହା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହା ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । କୋଷ୍ଠ କାଠିନ୍ୟତା ଦୂର କରିବାରେ ବି କଳା ଲୁଣ ଏକ ମହୌଷଧି ।
ଉଷୁମ ଜଳରେ କଳା ଲୁଣ ମିଶାଇ ସ୍ନାନ କଲେ ତାହା ମଧ୍ୟ ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ । ଯଦି ଆପଣଙ୍କର କେଶ ଝଡୁଛି, ତେବେ ଆପଣ ସପ୍ତାହରେ ଥରେ ଟମାଟୋ ଜୁସ୍‌ରେ କଳାଲୁଣ ମିଶାଇ କେଶରେ ଲଗାଇଲେ, ତାହା ଦୂରୀଭୂତ ହେବ ଓ ଉକୁଣି ଓ ରୂପି ସମସ୍ୟା ବି ରହିବ ନାହିଁ ।

photo-speakijngtree

ଯେଉଁମାନଙ୍କର ଆଣ୍ଠୁଗଣ୍ଠିରେ ଦରଜ ହେଉଛି, ସେମାନେ ଏକ ସଫା କପଡାରେ କଳା ଲୁଣକୁ ବାନ୍ଧି ତାକୁ ଉଷୁମ କରି ଯନ୍ତ୍ରଣା ହେଉଥିବା ଜାଗାରେ ସେକ ଦେଲେ ସେଥିରୁ ଆଶ୍ୱସ୍ତି ମିଳିଥାଏ । କଳା ଲୁଣ ଯୁକ୍ତ ଖାଦ୍ୟ ନିୟମିତ ଭାବେ ସେବନ କରିଲେ, ଓଜନ ହ୍ରାସ ହୋଇଥାଏ । କଳା ଲୁଣ ମାନସିକ ଅବସାଦ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । କଳା ଲୁଣ ଯୁକ୍ତ ସରବତ ପିଇଲେ ମାନସିକ ବ୍ୟଥା ଦୂର ହୋଇଥାଏ ଓ ମାନସିକ ଶାନ୍ତି ମିଳିଥାଏ ।

ସମ୍ବନ୍ଧିତ ଖବର