ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ଭୁବନେଶ୍ଵର ପିପୁଲ ଫୋରମ୍ ତରଫରୁ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକମାନଙ୍କ ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନବ ସେବାହି ମାଧବ ସେବା ଅସୁବିଧାରେ ଥିବା ସମୟରେ ଦିଏ ସହାୟତାର ହାତ ବଢାଇଥା ସେ ହିଁ ପ୍ରକୃତ ବନ୍ଧୁ ବୋଲି କହିଥିଲେ। ସମ୍ମାନିତ ଅତିଥି ତଥା ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ତହସିଲଦାର ଅମୃତ ଲାଲ୍ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ହୋଇ ପିପୁଲ ଫୋରମ୍ ଭୁବନେଶ୍ୱରରୁ ଆସି ବୀରମହାରାଜପୁରେ ଏଭଳି ଏକ ସାମାଜିକ କାର୍ଯ୍ୟ କରିପାରିଛନ୍ତି ସେଥିପାଇଁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ସାମ୍ବାଦିକ କିଶୋର କୁମାର ହୋତା, ଅଧ୍ୟାପକ ଭକ୍ତ ରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସମାଜସେବୀ ମିନକେତନ ମହାକୁଡ଼। ସଭାର ଉଦ୍ଦେଶ୍ୟ ସଂପର୍କରେ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରକାଶ ରଥ ଏହି ଅନୁଷ୍ଟାନ ଦୀର୍ଘ ୩୫ ବର୍ଷ ହେଲା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସବୁବେଳେ ସବୁ ସମୟରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଛି ବୋଲି କହିଥିଲେ। ମିସନ ଆଶ୍ରା ମାଧ୍ୟମରେ ୧୫ ହଜାରରୁ ଅଧିକ ମହିଳା ମାନଙ୍କ ପାଇଁ କାର୍ଯ୍ୟ କରିଛି। ଆମଘର ମାଧ୍ୟମରେ ଅନାଥ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି। ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ନିଶାଗ୍ରସ୍ତ ଲୋକମାନଙ୍କ ପାଇଁ ସେବା ଯୋଗାଉଛି। ଏହା ବ୍ୟତୀତ ମାନସିକ ରୋଗୀ ବା ରାସ୍ତା କଡ଼ରେ ବୁଲୁଥିବା ମାନସିକ ବିକାର ଗ୍ରସ୍ଥ ମହିଳା ପୁରୁଷ ମାନଙ୍କୁ ନେଇ ତାଙ୍କୁ ସୁସ୍ଥ ହେବାପରେ ତାଙ୍କ ଘରେ ଛାଡ଼ିବା ପର୍ୟ୍ୟନ୍ତ ନିଶୁଳ୍କ ଭାବରେ କାର୍ଯ୍ୟ କରୁଛି।

publive-image

ମହିଳା ଓ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଅର୍ଣ୍ଣପୂର୍ଣ୍ଣା ଯୋଜନା ମାଧ୍ୟମରେ ୨୦ ଲକ୍ଷ ମହିଳାଙ୍କୁ ଋଣ ଯୋଗାଇ ଦିଆଯାଇଛି। ସର୍ବ ଭାରତୀୟସ୍ତରରେ ଆଗାମୀ ଦିନରେ କମ୍ ଖର୍ଚ୍ଚରେ ଗରିବ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ସହଶ୍ରାଧିକ ବରିଷ୍ଠ ମହିଳା ଓ ପୁରୁଷ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସମାଜସେବୀ ସାମନ୍ତ କୁମାର ପାତ୍ର। ମାହେଶ୍ୱରୀ ସେନା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।