ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ

ପଡିଆ: ମେଡିକାଲରେ ଲାଗିଥିବା ଗାଡ଼ିର ବିଲ କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗତ ଅକ୍ଟୋବର ମାସ ୨୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି। ଏହି ଘଟଣାର ତଦନ୍ତ କରି ଆଜି ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି।

ମେଡିକାଲ କାର୍ଯ୍ୟାଳୟରେ ରାକେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ଭଡ଼ା ଲାଗିଛି। ତାଙ୍କ ଗାଡ଼ିଭଡ଼ା ବାବଦରେ ବିଲ କରାଇ ଦେବା ପାଇଁ ହଇରାଣ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପଡିଆ ବିପିଏମ ଶ୍ରୀମନ୍ତ ଅତିବୁଦ୍ଧି ଗିରଫ ହୋଇଥିଲେ। ଏଣେ ଆଜି ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କୁ ଗିରଫ କରାଯିବା ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର