ଏହି ବ୍ଲକବଷ୍ଟର ଫିଲ୍ମର ପ୍ରଥମ ଦିନର ଆୟ କେତେ ଥିଲା ଜାଣନ୍ତି କି !

ଏଭଳି ଅନେକ ହିନ୍ଦୀ ସିନେମା କରିଛି, ଯାହା ରିଲିଜ୍‌ ପରେ ବ୍ଲକ ବଷ୍ଟର ମୁଭିର ମାନ୍ୟତା ପାଇଥିଲା ହେଲେ ଏଥିରେ ନାମୀ ତାରକା ଥାଇ ବି ସେଗୁଡିକର ପ୍ରଥମ ଦିନର କଲେକ୍ସନ ଉତ୍ସାହଜନକ ନ ଥିଲା । ଏଭଳି ବକ୍ସ ଅଫିସରେ ବ୍ଲକବଷ୍ଟର ଫିଲ୍ମର ପ୍ରଥମ ଦିନର ଆୟ ସଂପର୍କରେ ଆସନ୍ତୁ ଜାଣିବା :

‘ପ୍ୟାର୍‌ ତୋ’ ହୋନା ହି ଥା’- ୧୯୯୮ ମସିହାର ସିନେମା ‘ ପ୍ୟାର୍‌ ତୋ’ ହୋନା ହି ଥା’ ମୋଟ୍‌ ୩୮ କୋଟି ଆୟ କରିଥିଲା, ହେଲେ ପ୍ରଥମ ଦିନ ଏହା ମାତ୍ର ୫୦ ଲକ୍ଷ ଟଙ୍କା ଆୟ କରିଥିଲା ।
ହେରାଫେରି- ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ କମେଡି ‘ହେରାଫେରି’ ୨୧ କୋଟିର ଆୟ କରିଥିଲା । ଏହର ପ୍ରଥମ ଦିନର ଆୟ ହେଲା ମାତ୍ର ୬୪ ଲକ୍ଷ ଟଙ୍କା ।
କହୋ ନା ପ୍ୟାର୍‌ ହେ- ନିର୍ମାତା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ମୁଭି ‘ କହୋ ନା ପ୍ୟାର୍‌ ହେ’ ୮୦ କୋଟିର ଆୟ କରିଥିବା ବେଳେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୫୦ ଲକ୍ଷ ଟଙ୍କା ।

photo-youtube

ଦିଲ ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ : ୧୯୯୫ରେ ମୁକ୍ତିଲାଭ କରିଥିବା ପ୍ରଖ୍ୟାତ ନିର୍ମାତା ୟଶ ଚୋପ୍ରା ଓ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଏହି ସିନେମା ୧୦୩ କୋଟିର ମୋଟ୍‌ ଆୟ କରିଥିଲା । ହେଲେ ଏହାର ପ୍ରଥମ ଦିନର ଆୟ ଥିଲା ମାତ୍ର ୫୫ ଲକ୍ଷ ଟଙ୍କା ।

ସମ୍ବନ୍ଧିତ ଖବର