ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିବା ପରଠାରୁ ବିବାଦରେ ରହି ଆସିଛନ୍ତି ଜୋ ବାଇଡେନ୍। ରାଷ୍ଟ୍ରପତି ହେବା ପରେ କଡ଼ା ପଦକ୍ଷେପ ଗ୍ରହଣ କରି ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକୀୟ ସେନାକୁ ଫେରାଇ ଆଣିଥିଲେ ବାଇଡେନ୍। ଏହା ପରେ ତାଲିବାନ ଖୁବ ସହଜରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରି ସ୍ଥାନୀୟ ସରକାରଙ୍କୁ କ୍ଷମତାରୁ ହଟାଇ ଶାସନକୁ କବଜା କରିଥିଲେ। ବାଇଡେନଙ୍କ ଏହି ନିଷ୍ପତ୍ତି ତାଙ୍କୁ ବିବାଦ ଘେରକୁ ଠେଲିଥିବା ବେଳେ ଏବେ ଆମେରିକା ବାୟୁସେନାର ଜନୈକ ଯବାନ ବାଇଡେନ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି ତାଙ୍କ ମୁହଁରେ କହିଛନ୍ତି।
ମଧ୍ୟ ପୂର୍ବରେ ଆମେରିକୀୟ ଯୁଦ୍ଧକୁ ନେଇ ବାଇଡେନଙ୍କ ଭୂମିକା ବିଷୟରେ କହିବା ସହ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି କହିଥିଲେ ବରିଷ୍ଠ ବାୟୁସେନା ଯବାନ। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଜଣେ ବରିଷ୍ଠ ବାୟୁସେନା ଯବାନ ବାଇଡେନଙ୍କ ସାମ୍ନାରେ ଠିଆ ହୋଇ ତାଙ୍କ ଉପରେ ଆରୋପ ଉପରେ ଆରୋପ ଲଗାଉଛନ୍ତି। ସେ କହୁଛନ୍ତି, “ମୁଁ ଜଣେ ବରିଷ୍ଠ ବାୟୁସେନା ଯବାନ। ମୁଁ ଏଠାକୁ ଜଣେ ବରିଷ୍ଠ ଆର୍ମି ଯବାନଙ୍କ ସହିତ ଆସିଛି। ଆମେ ଭାବୁଛୁ ଯେ ଆମେ ଏଭଳି ଜଣେ ବ୍ୟକ୍ତିଙ୍କୁ କାହିଁକି ଭୋଟ ଦେବୁ, ଯିଏ ଯୁଦ୍ଧକୁ ସମର୍ଥନ କରୁଛନ୍ତି। ଯେଉଁ ଯୁଦ୍ଧ ହେବା ଦ୍ବାରା ଆମର ହଜାର ହଜାର ଭାଇ-ଭଉଣୀ ଓ ଅଗଣିତ ଇରାକୀ ନାଗରିକଙ୍କ ଜୀବନ ଯାଇଛି।
ଏହା ଶୁଣି ବାଇଡେନ କହୁଛନ୍ତି, ମୋ ପୁଅ ମଧ୍ୟ ଇରାକରେ ଯୁଦ୍ଧ ଲଢ଼ିଥିଲେ। ମୋ ପାଇଁ ଏହା ଗୁରୁତ୍ବ ରଖେ ନାହିଁ ବୋଲି ତୁମେ ଭାବୁଛ କି? ମୋ ପାଇଁ ଏହା ବହୁତ ଗୁରୁତ୍ବ ରଖେ। ଏହା ପରେ ବରିଷ୍ଠ ବାୟୁସେନା ଯବାନ କହୁଛନ୍ତି, ମୁଁ ଏଠାରେ ଆପଣଙ୍କ ପୁଅ ବିଷୟରେ କହୁନାହିଁ। ଏହା ଶୁଣି ବାଇଡେନ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ବାୟୁସେନା ଯବାନ କହୁଛନ୍ତି, ” ଆପଣ ଅଯୋଗ୍ୟ, ସାର୍! ଅଯୋଗ୍ୟ। ସେମାନଙ୍କର ରକ୍ତ ଆପଣଙ୍କ ହାତରେ ଲାଗିଛି। ମୋର ଭାଇ ଓ ଭଉଣୀମାନେ ଇରାକ ଏବଂ ଆଫଗାନିସ୍ତାନରେ ମୃତ୍ୟୁବରଣ କରିଛନ୍ତି। ଆପଣ ଏଭଳି କରିବା ପାଇଁ ସେନାକୁ ସକ୍ଷମ କରିଥିଲେ। ଆପଣଙ୍କ ପାଇଁ ଅଗଣିତ ଲୋକଙ୍କ ଜୀବନ ଗଲା। ଆପଣଙ୍କ ଅପେକ୍ଷା ଟ୍ରମ୍ପ ଯୁଦ୍ଧ ବିରୋଧୀ। ”
“Millions are dead in Iraq. We actually fought in your damn wars. You sent us to hurt civilians.” pic.twitter.com/8pVqwPXQ1Q
— sarah (@sahouraxo) March 20, 2023