ଆଳି: ରାସ୍ତା ଉପରୁ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ

ଆଳି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା କଟକ ଚାନ୍ଦବାଲି ରାସ୍ତାର ସିଙ୍ଗିରି ବଜାର ନିକଟସ୍ଥ ରାହସରପଡ଼ା ଛକ ନିକଟରେ ରାସ୍ତା ଉପରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଅଜଣା ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ପାଖାପାଖି ହେବ। ସେ ଲୁଙ୍ଗି ଓ ଗଞ୍ଜି ପିନ୍ଧିଛନ୍ତି। ହୁଏତ ଗତକାଳି ବଳମ୍ବିତ ରାତିରେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍‌କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଆଶଙ୍କା କରାଯାଉଛି।। ତେବେ ଏହି ବୃଦ୍ଧଙ୍କ ମୁଣ୍ଡରେ କେବଳ ଆଘାତ ଲାଗିଥିବାରୁ ଓ ସେଥିରୁ ରକ୍ତ ବାହାରୁ ଥିବାରୁ ଅନ୍ୟ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର