ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା

ଭୁବନେଶ୍ୱର: ଚଳିତ ବର୍ଷ ଓଲିଉଡ଼୍‍ର ବହୁମୁଖୀ ପ୍ରତିଭା ସଂପନ୍ନ ଅଭିନେତା ବବି ମିଶ୍ରଙ୍କୁ ଦର୍ଶକ ‘ହାପି ଲକି’ଓ ‘ଦୀପୁ ଦ ଡ଼୍ୟାନ୍‌ସ ବୟ’ରେ ନେଗେଟିଭ୍‌ ରୋଲ୍‌ ଦେଖି ସାରିଛନ୍ତି। ହେଲେ ଏବେ ସେ ଯେଉଁ ସିନେମାରେ କାମ କରୁଛନ୍ତି,ସେଥିମଧ୍ୟରୁ ଗୋଟିଏ ହେଲା ‘ନାୟକର ନାଆଁ ଦେବଦାସ’। ଏଥିରେ କିନ୍ତୁ ତାଙ୍କର ଭୂମିକାଟି ନକାରାତ୍ମକ ନୁହେଁ। ଏହି ଫିଲ୍ମରେ ବବିଙ୍କ ଅଭିନୀତ ଚରିତ୍ରଟି ହେଲା ଚୁନ୍ନି ବାବୁ। ଏହା ଏକ ପଜିଟିଭ୍‌ ରୋଲ୍‌।
ଆଞ୍ଜବେୟ ମିଡ଼ିଆ କ୍ରିଏସନ୍‌ ବ୍ୟାନରରେ ନିର୍ମିତ ‘ନାୟକର ନାଆଁ ଦେବଦାସ’ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ଫିଲ୍ମକୁ ଭବ୍ୟ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି। ଏଥିରେ ବବି ମିଶ୍ର ନିଜର ମନଲାଖି ଭୂମିକାଟିଏ ପାଇଛନ୍ତି। ତାଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା ‘ଯୋଉଠି ଥିଲେ ବି ତୁ ମୋର’ ବି ମୁକ୍ତି ଅପେକ୍ଷାରେ ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ ବବି ବିଶ୍ର ପରଦାରେ ନାୟକ,ସହ ନାୟକ,ଖଳ ନାୟକ,ହାସ୍ୟାଭିନେତା ଓ ଚରିତ୍ର ଅଭିନେତା ଏମିତି ସବୁ ପ୍ରକାରର ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।


ତୃପ୍ତି ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ଜୟ ଶ୍ରୀରାମ’ ସିନେମା ଜରିଆରେ ଓଲିଉଡ଼୍‍ରେ ଏଣ୍ଟ୍ରି ନେଇଥିବା ବବି ମିଶ୍ରଙ୍କର ମୁକ୍ତିପ୍ରାପ୍ତ ପ୍ରଥମ ଓଡ଼ିଆ ଛବି କିନ୍ତୁ ହେଲା ‘ତୋ’ ପାଇଁ’।ଏହି ସିନେମାରେ ସେ ନେଗେଟିଭ୍‌ ରୋଲ୍‌ କରିଥିଲେ। ବବି ମିଶ୍ର ତା’ପରେ ଜୟ ଶ୍ରୀରାମ,ଚକା ଚକା ଭଉଁରି,ମୁଁ ତତେ ଲଭ୍‌ କରୁଚି,ମତେ ତ ଲଭ୍‌ ହେଲାରେ,ଡ଼ନ୍‌,ତତେ ଭଲ ପାଉଚି ବୋଲି,ମା’ ଖୋଜେ ମମତା,ପ୍ରେମ ରୋଗୀ,ଡ୍ରିମ ଗାଲ୍‌ ଦେଲେ ଧରା କଥା ସରେ,ରସିକ ନାଗର,ହାପି ଲକି ଓ ଦୀପୁ ଦ ଡ଼୍ୟାନ୍‌ସ ବୟ ସମେତ ବେଶ୍‌ କେତୋଟି ସିନେମାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର