ଟିଟିଲାଗଡ଼: ବଲାଙ୍ଗୀରରେ ବି ‘ଅଭୟକାନ୍ତ’ମାନେ ଅଛନ୍ତି ବୋଲି ‘ସମ୍ବାଦ’ ଯାହା ଅନୁମାନ କରିଥିଲା ଏବେ ତାହା ସତ ପ୍ରମାଣିତ ହୋଇଛି।ଆୟ ବହିର୍ଭୂତ ସଂପତ୍ତି ଠୁଳ କରି ଅୟସ କରୁଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍କାନରରେ ରଖି ହାତ ମାରିଛି ଭିଜିଲାନ୍ସ ବିଭାଗ।
ମୁରିବାହାଲ ବନ ବିଭାଗ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଟିଟିଲାଗଡ଼ ହାଟପଦାପଡ଼ାସ୍ଥିତ ବାସଭବନ, ମୁରିବାହାଲସ୍ଥିତ ରେଞ୍ଜ ଅଫିସ, ବେଲପଦର ନିକଟରେ ଥିବା ଫାର୍ମହାଉସରେ ଗୁରୁବାର ସକାଳୁ ଭିଜିଲାନ୍ସ ବିଭାଗ ଏକା ସଙ୍ଗରେ ଚଢ଼ଉ ଆରମ୍ଭ କରିଛି। ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସସର ଚାରିଗୋଟି ଟିମ୍ରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ ଅଛନ୍ତି। ଏହି ଚଢ଼ଉ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/12/vig-1-1.jpg)
ଶ୍ରୀ ନାୟକ ମୁରିବାହାଲରେ ଯୋଗ ଦେବା ପୂର୍ବରୁ ବଙ୍ଗୋମୁଣ୍ଡା ରେଞ୍ଜରେ ଅବସ୍ଥାପିତ ଥିଲେ। ସୂଚନାଯୋଗ୍ୟ, ବରିଷ୍ଠ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଭିଜିଲାନ୍ସ ଦ୍ବାରା ଧରା ପଡ଼ିବା ପରେ କେବଳ ‘ସମ୍ବାଦ’ ହିଁ ବଲାଙ୍ଗୀର ବନ ବିଭାଗରେ ବି ‘ଅଭୟକାନ୍ତ’ମାନେ ଥିବା କଥା ଲେଖିଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/muribahal.jpg)