ମୃତ୍ୟୁ ପୂର୍ବରୁ ଏହା ଥିଲା ଇରଫାନ ଖାନଙ୍କ ଶେଷ ଚିଠି, ଜୀବନ-ମୃତ୍ୟୁକୁ ନେଇ ଲେଖିଥିଲେ ନିଜ ମନ କଥା…

ମୁମ୍ବାଇ: ସମସ୍ତଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିବାର କଳା ରଖିଥିବା ସେଇ ଦିଗ୍ଗଜ ଅଭିନେତା ଇରଫାନ ଖାନ ଆଉ ନାହାନ୍ତି | ନିଜ ପରିବାର ନିଜ ପେଶା ଏବଂ ନିଜ ପ୍ରସଂଶକଙ୍କଠାରୁ ଆଜି ସେ ଶେଷ ବିଦାୟ ନେଇ ସେଇ ଇଲାକାକୁ ଚାଲି ଯାଇଛନ୍ତି, ଯେଉଁଠୁ ଆଉ କେହି ଫେରନ୍ତି ନାହିଁ। ବୁଧବାର ସକାଳେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କର୍କଟ ଯୁଦ୍ଧରେ ଜିତିଥିବା ଇରଫାନ୍ ଖାନ୍ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବଲିଉଡରୁ ହଲିଉଡ଼ ଯାତ୍ରା କରିଥିବା ଇରଫାନ ଖାନଙ୍କୁ ଅନ୍ତଃନଳି ସଂକ୍ରମଣ ହେତୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ଦୀର୍ଘ ଦୁଇ ବର୍ଷ ହେଲାଣି ସେ ଏହି ରୋଗ ସହ ଲଢ଼ି ଜିତି ଆସୁଥିଲେ ମଧ୍ୟ ଆଜି ସେ ମୃତ୍ୟୁ ଆଗରେ ହାର ମାନିଛନ୍ତି | ତେବେ ଦୁନିଆରୁ ବିଦାୟ ନେବା ପୂର୍ବରୁ ସେ ଲେଖିଥିବା ଶେଷ ଚିଠି ଆଜି ପୁଣି ଚର୍ଚ୍ଚାର ପରିସରକୁ ଆସିଛି |

କର୍କଟ ଯୁଦ୍ଧରେ ବିଜୟ ହାସଲ କରି ଭାରତକୁ ଫେରିବା ପରେ ସେ ଗଣମାଧ୍ୟମ ପାଇଁ ଏକ ଭାବପ୍ରବଣ କଲା ଭଳି ଚିଠି ଲେଖିଥିଲେ। ଦୀର୍ଘ ଦିନର ମସ୍ତିଷ୍କ କର୍କଟ ପାଇଁ ସଂଗ୍ରାମ କରୁଥିବା ଇରଫାନ୍ ଲଣ୍ଡନରେ ଚିକିତ୍ସା ପରେ ୨୦୧୯ରେ ଭାରତ ଫେରିଥିଲେ। ଚିକିତ୍ସା ସମୟରେ ସେ ଗଣମାଧ୍ୟମକୁ ଏକ ଭାବପ୍ରବଣ ଚିଠି ଲେଖିଥିଲେ। ଗଣମାଧ୍ୟମକୁ ଏହା ଇରଫାନ ଖାନଙ୍କର ଶେଷ ବାର୍ତ୍ତା ଥିଲା।

Irrfan Khan is in Mumbai After Undergoing Surgery, Confirms ...
News18.com

ମେ ୨୦୧୯ରେ ଗଣମାଧ୍ୟମକୁ ଲେଖାଯାଇଥିବା ଏକ ଚିଠିରେ ଇରଫାନ୍ ଲେଖିଥିଲେ ଯେ, ଗତ କିଛି ମାସ ହେଲା ମୋ ସ୍ୱାସ୍ଥ୍ୟ ଉନ୍ନତି ପଥରେ ଅଛି। ମୁଁ ଆପଣମାନଙ୍କ ଚିନ୍ତା ବିଷୟରେ ଜାଣିଛି | ଆପଣମାନେ ମୋ ସହିତ କଥା ହେବା ସହ ମୋ ଯାତ୍ରାର ଅନୁଭୂତି ଆପଣଙ୍କ ସହ ବାଣ୍ଟିବା ପାଇଁ ମୋତେ ଅନୁରୋଧ କଲେ, କିନ୍ତୁ ମୁଁ ବର୍ତ୍ତମାନ ନିଜକୁ ଗଭୀର ଭାବରେ ମାପ କରୁଛି | ଇରଫାନ୍ ଲେଖିଥିଲେ ଯେ, ମୁଁ ଛୋଟ ଛୋଟ ପାଦ ଆଗକୁ ବଢ଼ାଇ ଧୀରେ ଧୀରେ ଗତି କରୁଛି ଏବଂ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛି | ମୁଁ ମୋର ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ମୋର କାର୍ଯ୍ୟକୁ ଏକତ୍ର କରିବାକୁ ଚେଷ୍ଟା କରୁଛି | ଆପଣମାନଙ୍କ ପ୍ରାର୍ଥନା ମୋ ହୃଦୟକୁ ଛୁଇଁଛି ଏବଂ ଏହା ମୋ ପାଇଁ ବହୁତ ମୂଲ୍ୟବାନ | ଆପଣମାନେ ମୋତେ ଯେଉଁଭଳି ଭାବେ ଏହି ରୋଗରୁ ମୁକ୍ତି ପାଇବାକୁ ଏବଂ ମୋର ଗୋପନୀୟତାକୁ ସମ୍ମାନ ଦେବା ପାଇଁ ସମୟ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ ସମ୍ମାନ କରେ | ଆପଣମାନଙ୍କ ଧୈର୍ଯ୍ୟ ଏବଂ ଆପଣମାନଙ୍କ ଭଲପାଇବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି |

ସେହିଭଳି ଭାବେ ଏପ୍ରିଲ ୧୨ରେ ଇରଫାନ ଖାନ ଏକ ଟୁଇଟ କରିଥିଲେ ଯାହା ତାଙ୍କର ଶେଷ ଟୁଇଟ ଥିଲା | ସେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଇଂରାଜୀ ମିଡିୟମ’ର ସ୍କ୍ରିନିଂକୁ ନେଇ ଟୁଇଟ୍ କରିଥିଲେ | ତାଙ୍କର ଶେଷ ଟ୍ୱିଟରେ ସେ ଲେଖିଥିଲେ, ‘ମୁଁ ଭିତରେ ଅତ୍ୟନ୍ତ ଭାବପ୍ରବଣ ଏବଂ ବାହାରେ ବହୁତ ଖୁସି’ |

ସମ୍ବନ୍ଧିତ ଖବର