ପଦ୍ମାବତୀ ବିବାଦରେ ବମ୍ବେ ହାଇକୋର୍ଟଙ୍କ କଡ଼ା ମନ୍ତବ୍ୟ

ଲୋକେ କଣ ନିଜର ମତ ବି ରଖିପାରିବେ ନାହିଁ ?

ମୁମ୍ବାଇ- ପଦ୍ମାବତୀ ଚଳଚ୍ଚିତ୍ର ବିବାଦ ପ୍ରସଙ୍ଗରେ ମୁମ୍ବାଇ ହାଇକୋର୍ଟ  ଶୁକ୍ରବାରଦିନ କଡା ମନ୍ତବ ଦେଇ  କହିଛନ୍ତି ଯେ ଗୋଟିଏ ଦେଶ ଭାବେ ଆମେ କୁଆଡେ ଯାଉଛୁ? ଆମେ ଗୋଟିଏ ଫିଲ୍ମର ରିଲିଜ ବନ୍ଦ କରିଦେବାକୁ ଖୋଲା ଧମକ ଦେଉଛୁ ବା ଜଣେ କଳାକାରର ମୁଣ୍ଡକାଟିବାକୁ ଖୋଲାଖୋଲି ଘୋଷଣା କରୁଛୁ ?

ଜଷ୍ଟିସ ବିଏସ୍‌ ଧର୍ମାଧିକାରୀ ଓ ଭାରତୀ ଢାଙ୍ଗରେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ “ଅନ୍ୟ କେଉଁ ଦେଶରେ ଏପରି ଘଟୁଛି ? ଜଣେ ବ୍ୟକ୍ତି ବହୁ ପରିଶ୍ରମ କରି ଫିଲ୍ମଟିଏ ତିଆରି କଲା, ଅନେକ ବ୍ୟକ୍ତି ସେଥରେ ରାତିଦିନ କାମ କଲେ, କିନ୍ତୁ ବାରମ୍ବାର ଧମକ ଯୋଗୁଁ ତାହା ରିଲିଜ ହୋଇପାରୁନାହିଁ । ଏ ଦେଶରେ ଗୋଟିଏ ଚଳଚିତ୍ର ମଧ୍ୟ ରିଲିଜ ହୋଇପାରୁ ନାହିଁ । ଆମେ କୁଆଡେ ଯାଉଛେ ?”

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ “ଖୋଲା ଖୋଲି ଟେଲିଭିଜନରେ ଧମକ ଦିଆଯାଉଛି। କଳାକାରମାନଙ୍କୁ ଧମକ ଦେଇ ଲୋକେ ଗର୍ବ ଅନୁଭବ କରୁଛନ୍ତି । ଅମୁକ କଳାକାରଙ୍କୁ ମାରିଦେଲେ ପୁରସ୍କାର ଦେବାକୁ ଲୋକେ କହୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଫିଲ୍ମକୁ ନିଜ ରାଜ୍ୟରେ ରିଲିଜ କରାଇ ନ ଦେବାକୁ ଘୋଷଣା କରୁଛନ୍ତି । ଏହା ଏକ ଭିନ୍ନ ପ୍ରକାରର ସେନସରସିପ୍‌ । ଯଦି ପଇସାବାଲା ଲୋକଙ୍କ ପ୍ରତି ଏହା ହୋଇପାରୁଛି, ସାଧାରଣ ଲୋକଙ୍କ ଅବସ୍ଥା କିପରି ଥିବ ତାହା ସହଜେ ଅନୁମେୟ ।” ଖଣ୍ଡପୀଠ କହିଛନ୍ତି ।

ଏହି ଅବସରରେ କୋର୍ଟ ମଧ୍ୟ ସିବିଆଇ ଓ ସିଆଇଡି (ମହାରାଷ୍ଟ୍ର) କୁ ଭର୍ସନା କରିବାକୁ ପଛେଇ ନାହାନ୍ତି । ସଂସ୍କାରବାଦୀ ଲେଖକ ଗୋବିନ୍ଦ ପନସାରେ ଓ ନରେନ୍ଦ୍ର ଡାଭୋଲକର ହତ୍ୟାର ତଦନ୍ତ ପାଇଁ ଯଥେଷ୍ଟ ସମୟ ଦିଆଯିବା ସତ୍ତ୍ୱେ ଦୋଷୀମାନେ ଧରାପଡୁ ନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଶ୍ୱର ଅନ୍ୟ ଏକ ଦେଶରେ ଟ୍ରକ ସାଧାରଣ ଲୋକଙ୍କ ଉପରେ ଚଢାଇ ଦେବାର ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ଧରାଯାଇପାରୁଛି । ସାରାଦେଶ ଏହାକୁ ରାଷ୍ଟ୍ର ଉପରେ ଆକ୍ରମଣ ବୋଲି ଭାବୁଛି । କିନ୍ତୁ ଆମ ଦେଶରେ ସଂସଦ ଉପରେ ଆକ୍ରମଣ ହେଉଛି, ଜଣେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାକରାଯିବା ସତ୍ତ୍ୱେ ଆମେ କିଛି ଶିଖିପାରୁନାହୁୁଁ

ସମ୍ବନ୍ଧିତ ଖବର