ମୁମ୍ବାଇ: ନିକଟରେ ବ୍ୟାଙ୍କକ୍ଠାରେ ୧୯ ତମ ଆଇଫା ଆଓ୍ଵାର୍ଡ଼ ସମାରୋହ ଶେଷ ହୋଇଯାଇଛି। ୩ ଦିନଧରି ଚାଲିଥିବା ଏହି ଆଓ୍ଵାର୍ଡ଼ ଫଂକ୍ସନ୍ରେ ବଲିଉଡ୍ର ଅନେକ ଲୋକପ୍ରିୟ ସେଲିବ୍ରିଟି ସେମାନଙ୍କ ନିଜ ନିଜର ଜବରଦସ୍ତ ପରଫର୍ମାନ୍ସ ସାଂଗକୁ ଜଲ୍ଓ୍ଵା ମଧ୍ୟ ଦେଖାଇଛନ୍ତି। ଯେଉଁଥିରେ କି ସବୁଠାରୁ ଖାସ୍ ପରଫର୍ମାନ୍ସ ବଲିଉଡ୍ ଅଭିନେତ୍ରୀ ରେଖା ଦେଇଥିଲେ ।ଦୀର୍ଘ ୨୦ ବର୍ଷ ପରେ ସେ ଏହି ମଂଚରେ ନୃତ୍ୟ କରିଛନ୍ତି।
ଆଇଫା ପକ୍ଷରୁ କରାଯାଇଥିବା ଏହି ପୁରସ୍କାର ସମାରୋହରେ ୨୦୧୮ ବର୍ଷ ଲାଗି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀଭାବେ ଆଇଫା ଆଓ୍ଵାର୍ଡ ଦିଆଯାଇଛି। ସୁଚନା ଅନୁସାରେ ଫିଲ୍ମ ‘ମମ୍’ପାଇଁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏହି ଆଓ୍ଵାର୍ଡ଼ଟି ଦିଆଯାଇଥିବାବେଳେ,ଏହି ପୁରସ୍କାରକୁ ଗ୍ରହଣ କରିବାକୁ ପତି ବୋନି କପୁର ଷ୍ଟେଜ୍ ଉପରକୁ ଯାଇଥିଲେ।ହେଲେ ଆଓ୍ଵାର୍ଡ଼ଟିକୁ ନେବା ସମୟରେ ବୋନିଙ୍କୁ ପୁଣିଥରେ ଭାବୁକ ହୋଇଥିବାର ଦେଖିବାକୁ ପାଇଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ।କିନ୍ତୁ ପିତା ବୋନି କପୁରଙ୍କ ଆଖିରେ ଲୁହ ଦେଖି ଆଦୌ ସହିପାରିଲେନି ପୁଅ ଅର୍ଜୁନ୍ କପୁର। ସେ ପିତା ବୋନିଙ୍କ ଆଖିରେ ଲୁହ ଦେଖି ସିଧା ଷ୍ଟେଜ୍ ଉପରକୁ ଚଢ଼ିଯାଇଥିଲେ ଓ ସେଠାରେ ଯାଇ ପିତାଙ୍କୁ ସମ୍ଭାଳିଥିଲେ। ଏହାପରେ ଭାଇ ଅନୀଲ୍ କପୁର୍ ବି ଷ୍ଟେଜ୍ ଉପରକୁ ଯାଇ ଭାଇ ବୋନିଙ୍କୁ ସାନ୍ତ୍ୱନା ଦେଇଥିଲେ।ତେବେ ସେହି ସମୟର ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଏଇଆ କହିବାକୁ ଲାଗୁଥିଲେ ଯେ,ପୁଅ ହେବ ତ ଅର୍ଜୁନଙ୍କ ପରି!
ତେବେ ଆପଣଙ୍କ ସୂଚାଇବା ଲାଗି ଜଣାଇଛୁ କି ଏହା ପୂର୍ବରୁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଫିଲ୍ମ ‘ମମ୍’ଲାଗି ବି ଜାତୀୟ ପୁରସ୍କାର ମିଳିଥିଲା।