ଲକଡାଉନ ସମୟରେ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ନିଷ୍ପତ୍ତି, ଡିଇଓ ଓ ଡିପିସିଙ୍କୁ ଓସେପାର ଚିଠି

ଭୁବନେଶ୍ବର: ଲକଡାଉନ ସମୟରେ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଣ୍ଟାଯିବ । ସେ ନେଇ ଡିଇଓ ଓ ଡିପିସି ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।

କରୋନାର ଗାଇଡ ଲାଇନ ଅନଯାୟୀ ସାମାଜିକ ଦୂରତା, ଓ ନିରାପଦରେ ବହି ବାଣ୍ଟିବାକୁ ନିର୍ଦେଶ ଦିଆଯାଇଛି । ଠିକ୍ ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା ହଟସ୍ପଟ ଅଞ୍ଚଳ ଓ କଣ୍ଟେନମେଣ୍ଟ ଜୋନରେ ବହି ବଣ୍ଟାଯିବନି । ସ୍ଥିତିକୁ ଦେଖି ସ୍କୁଲରେ ଅବା ଘରେ ଘରେ ବହି ପହଞ୍ଚାଇବାକୁ ନିର୍ଦେଶ ଦିଆଯାଇଛି । ଓସେପାର ପ୍ରକଳ୍ପ ସଂଯୋଜକ ଭୁପେନ୍ଦ୍ର ସିଂହ ପୁନିଆ ରାଜ୍ୟର ସମସ୍ତ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛନ୍ତି ।

ସମ୍ବନ୍ଧିତ ଖବର