ମାଲକାନଗିରି: ସୀମାନ୍ତ ଛତିଶଗଡର ଜଗଦଲପୁର ନିକଟରେ ନିର୍ବାଚନ ସାରି ଫେରୁଥିବା ଯବାନଙ୍କ ବସ ଓଲଟିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଛନ୍ତି।
ଘଟଣା ଅନୁଯାୟୀ ସାଧାରଣ ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟର ମତଦାନ ସାରି ଯବାନ ନିଜ କ୍ୟାମ୍ପକୁ ଲେଉଟିଲା ବେଳେ ତୋକାପାଲ ବ୍ଲକର ରାୟପୁର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ସମସ୍ତ ଆହତମାନଙ୍କୁ ନିକଟସ୍ଥ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2024/04/Mkg-Jawan-bus-acident-2.jpg)
ତେବେ ଯବାନମାନେ ଗୁରୁତର ନଥିବା ଡାକ୍ତର କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ବସ୍ତର ଲୋକସଭାରେ ସୁରୁଖୁରୁରେ ସମାପ୍ତ କରିଥିବାରୁ ଚାରିଆଡେ ଖୁସିର ଲହରି ଖେଳିଯାଇଥିବା ବେଳେ ଏଭଳି ଘଟଣାକୁ ଦୁଃଖଦ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Mkg-Jawan-bus-acident-1.jpg)