ମତଦାନ ସାରି ଫେରୁଥିବା ଯବାନଙ୍କ ବସ୍‌ ଓଲଟିଲା, ୧୦ ଜଣ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଜଗଦଲପୁର ନିକଟରେ ନିର୍ବାଚନ ସାରି ଫେରୁଥିବା ଯବାନଙ୍କ ବସ ଓଲଟିଲା। ଏହି ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଛନ୍ତି।

ଘଟଣା ଅନୁଯାୟୀ ସାଧାରଣ ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟର ମତଦାନ ସାରି ଯବାନ ନିଜ କ୍ୟାମ୍ପକୁ ଲେଉଟିଲା ବେଳେ ତୋକାପାଲ ବ୍ଲକର ରାୟପୁର ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ସମସ୍ତ ଆହତମାନଙ୍କୁ ନିକଟସ୍ଥ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ତେବେ ଯବାନମାନେ ଗୁରୁତର ନଥିବା ଡାକ୍ତର କହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ବସ୍ତର ଲୋକସଭାରେ ସୁରୁଖୁରୁରେ ସମାପ୍ତ କରିଥିବାରୁ ଚାରିଆଡେ ଖୁସିର ଲହରି ଖେଳିଯାଇଥିବା ବେଳେ ଏଭଳି ଘଟଣାକୁ ଦୁଃଖଦ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର