ରାଜଧାନୀରେ ପୁଣି ଫୁଟିଲା ଗୁଳି : ଗୁଳିମାଡ଼ରେ ବ୍ୟବସାୟୀ ଆହତ

ଭୁବନେଶ୍ବର: କିଛି ଦିନର ନିରବତା ପରେ ଆଜି ସଂନ୍ଧ୍ୟାରେ ରାଜଧାନୀରେ ଫୁଟିଛି ଗୁଳି। ଏଥିରେ ଜଣେ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଆଜି ସଂନ୍ଧ୍ୟାରେ ଭୁବନେଶ୍ବର ଉପକଣ୍ଠସ୍ଥ ତମା‌ଣ୍ଡୋ ଛକରେ ଜଣେ ବ୍ୟବସାୟୀଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ଏଥିରେ ବ୍ୟବସାୟୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି। ଆହତ ବ୍ୟବସାୟୀଙ୍କ ନାମ ରବୀନ୍ଦ୍ର ସ୍ୱାଇଁ। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟବସାୟୀଙ୍କୁ ଚିକିତ୍ସାଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

ଏହି ଘଟଣା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେବା ସହ ଉକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପୁଲିସ ଘଟଣାର ତନାଘନା କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଜୋର୍‌ଦାର ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର