ନୂଆଦିଲ୍ଲୀ: ଯଦି କେନ୍ଦ୍ର ଯୋଗ୍ୟତା ମାନଦଣ୍ଡକୁ ହଟାଇ ଦିଏ ତେବେ ସମସ୍ତ ଦିଲ୍ଲୀବାସୀଙ୍କୁ ତିନି ମାସ ମଧ୍ୟରେ ଟିକାକରଣ କରାଯାଇପାରିବ।ଆଜି ଏକ ବୈଠକରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ଦିଲ୍ଲୀରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରି ସ୍ବାବ ନମୁନା ପରୀକ୍ଷା କରିବା ସହ ସେମାନଙ୍କୁ ସଙ୍ଗରୋଧ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ।

Advertisment

CM Arvind Kejriwal to lead AAP protest against introduction of NCT Bill |  Cities News,The Indian Express The Indian Express

ଆଜି ଦିନ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ପ୍ରତିଦିନ ଦିଲ୍ଲୀରେ କରୋନା ଟିକାର ୩୦,୦୦୦-୪୦,୦୦୦ ଡୋଜ ଦିଆଯାଉଛି। କିଛି ଦିନ ମଧ୍ୟରେ ଏହାକୁ ୧.୨୫ ଲକ୍ଷ ଡୋଜକୁ ବୃଦ୍ଧି କରାଯିବ। ଟିକାକରଣ ବ୍ୟବସ୍ଥାରେ ହେଉଥିବା ସମସ୍ୟାର ସମାଧାନ କରାଯିବ ଏବଂ ଆଗାମୀ ଦିନରେ ଦିଲ୍ଲୀରେ ଅଧିକ କୋଭିଡ-୧୯ ଟିକା ଦିଆଯିବ। ଦିଲ୍ଲୀର ଟିକାକରଣ କେନ୍ଦ୍ର ସଂଖ୍ୟା ଦ୍ୱିଗୁଣିତ ହେବ ଏବଂ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟିକା ଦିଆଯିବା ନେଇ ସମୟ ସଂଶୋଧିତ ହେବ। ଯଦି କେନ୍ଦ୍ର ସରକାର ଯୋଗ୍ୟତା ମାନଦଣ୍ଡକୁ ହଟାଇ ଦିଅନ୍ତି, ତେବେ ଆମେ ଦିଲ୍ଲୀବାସୀଙ୍କୁ ୩ମାସ ମଧ୍ୟରେ ଟିକା ଦେଇପାରିବୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।