ବାରିପଦା/ବେତନଟୀ: ବାରିପଦା ଉପକଣ୍ଠ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା କାର। ଏହି ଦୁର୍ଘଟଣାରେ ପିଆରଏମର ପ୍ରଫେସର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇଛନ୍ତି।
ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ନିଜେ ଗାଡ଼ି ଚଳାଉଥିଲେ। ସେ କାର୍ ଭିତରେ ଫସି ରହିଥିଲେ। କଟର ସହାୟତାରେ ତାଙ୍କୁ କାଟି ଉଦ୍ଧାର କରାଯାଇଛି। ତାଙ୍କୁ ପିଆରଏମରେ ଭର୍ତ୍ତି କରାଯାଇଛି।