ବନ୍ଧୁକ ଦେଖାଇ କାର୍‌ ଲୁଟ୍‌

ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଚାଳକଙ୍କ ହାତଗୋଡ଼ ବାନ୍ଧି ପାଣିରେ ଫିଙ୍ଗିଦେବା ପରେ ତିନି ଦୁର୍ବୃତ୍ତ ଏକ କାର୍‌ ଲୁଟି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଖବର ନେବାରେ ଜଣାପଡ଼ିଛି ଯେ ପୁରୀ ବାଲିସାହିରେ ରହୁଥିବା ଯାଜପୁର ଜିଲ୍ଲା ମଙ୍ଗଳପୁର ନିବାସୀ ପ୍ରଫୁଲ୍ଲ ଦାସ(୪୫) ଟାକ୍ସି ଚଳାନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ବଳରାମ ଟ୍ରାଭେଲ୍‌ସ ପକ୍ଷରୁ ଫୋନ୍‌ ଆସିିବାରୁ ପ୍ରଫୁଲ୍ଲ ସମୁଦ୍ରକୂଳ ଥାନା ଅନ୍ତର୍ଗତ ରେଣୁକା ଗଳି ସମ୍ମୁଖରୁ ଉକ୍ତ ତିନିଜଣଙ୍କୁ ଭଡ଼ାରେ କୋଣାର୍କ ବୁଲାଇ ନେଇଥିଲେ। ଅପରାହ୍ନ ୫ଟାରେ ସେମାନେ କୋଣାର୍କରେ ପହଂଚି ବୁଲାବୁଲି କରିବା ପରେ ଛଅଟାରେ ପୁରୀ ଫେରିିଥିଲେ। ବାଟରେ କୌଣସି ସ୍ଥାନରେ ମଦ ପିଇବା ବୋଲି ଦୁର୍ବୃତ୍ତମାନେ ଚାଳକ ପ୍ରଫୁଲ୍ଲଙ୍କୁ କହିଥିଲେ। ବାଲିଘାଇ ଛକ ଅତିକ୍ରମ କରିବା ପରେ ନାରାୟଣୀ ମନ୍ଦିର ନିକଟରେ ସେମାନେ ଗାଡ଼ିକୁ ଡାହାଣ ପଟ ଗଳିରେ ପୂରାଇବା ପାଇଁ କହିଥିଲେ। ସେଠାରେ ପ୍ରଫୁଲ୍ଲ ସମେତ ସମସ୍ତେ ମଦ ପିଇବା ପରେ ସେମାନେ ପ୍ରଫୁଲ୍ଲଙ୍କୁ ବନ୍ଧୁକ ବଟ୍‌ରେ ଆକ୍ରମଣ କରିଥିଲେ। ତାଙ୍କର ହାତଗୋଡ଼କୁ ବାନ୍ଧିଦେଇ ନିକଟରେ ଥିବା ପାଣିକୁ ଫିଙ୍ଗି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଇଣ୍ଡିଗୋ କାର୍‌ଟି ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର