ଅହମଦାବାଦ: ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ, ବିଧାୟକ ଅଳ୍ପେଶ ଠାକୁର ଏବଂ ଜିଗ୍ନେଶ ମେଓ୍ଵାନି ଜଣେ ମହିଳାଙ୍କ ଘରେ ବଳପୂର୍ବକ ପଶିବା ଘଟଣା ନେଇ ଆଜି ପୁଲିସ ମାମଲା ରୁଜୁ କରିଛି। ବେଆଇନ ଭାବେ ମଦ ରଖାଯାଇଥିବା ଅଭିଯୋଗ କରି ଏହି ତିନି ଯୁବ ନେତା ସେମାନଙ୍କ ସମର୍ଥକଙ୍କ ସହ ଜଣେ ମହିଳାଙ୍କ ଘରେ ବୁଧବାର ଚଢ଼ଉ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସଂପୃକ୍ତ ମହିଳା ସେକ୍ଟର-୨୧ ଥାନାରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଯାଇଛି ଯେ ଘରୁ କୌଣସି ପ୍ରକାର ମଦ ମିଳିନଥିବା ବେଳେ ଚଢ଼ଉ କରିଥିବା ଲୋକେ ବଳପୂର୍ବକ କିଛି ପାଉଚ୍ ରଖିଥିଲେ।
ହାର୍ଦ୍ଦିକ, ଅଳ୍ପେଶ, ଜିଗ୍ନେଶଙ୍କ ବିରୋଧରେ ଏତଲା
/sambad/media/post_attachments/wp-content/uploads/2017/10/hardikpatel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)