ଚରମ୍ପା କପ୍‌: ଶେଖର ସ୍ପୋର୍ଟିଂ ବିଜୟୀ

ଭଦ୍ରକ: ରାମଚନ୍ଦ୍ର ବିହାରୀଲାଲ ହାଇସ୍କୁଲ ପଡ଼ିିଆରେ ଚରମ୍ପା କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇଛି। ୮ ଦଳକୁ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭୁବନେଶ୍ୱରର ଶେଖର ସ୍ପୋର୍ଟିଂ ୮ ଓ୍ଵିକେଟ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାରାମାଉଣ୍ଟ୍‌ ୨୩.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। ଅମିତାଭ ରାଉତ ୫୯ ରନ୍‌ କରିଥିଲେ। ଶେଖର ସ୍ପୋର୍ଟିଂ ପକ୍ଷରୁ ଆଶିଷ ପ୍ରଧାନ ୩ ଓ ସିଦ୍ଧାନ୍ତ ଜେନା ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଶେଖର ସ୍ପୋର୍ଟିଂ ୧୭.୧ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୪୮ ରନ୍‌ କରିବା ସହ ମ୍ୟାଚ୍‌ ଜିତି ନେଇଥିଲା। ଅବିନାଶ ସାହୁ (୭୧*) ଅର୍ଧଶତକ ହାସଲ କରିଥିଲା ବେଳେ ସ୍ମିତେଶ ମହାପାତ୍ର ୪୦, ସିଦ୍ଧାନ୍ତ ଜେନା ୨୨ ରନ୍‌ କରିଥିଲେ। ଅବିନାଶ ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରଞ୍ଜନ ମହାନ୍ତି ଓ ଶରତ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ସମାଜସେବୀ ସୀତାଂଶୁ ମହାପାତ୍ର ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର