ଚଉଷଠି ଯୋଗିନୀ ମହୋତ୍ସବ ଡିସେମ୍ବର ୨୩ରେ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠି ଯୋଗିନୀ ପୀଠରେ ସାଂସ୍କୃତିକ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । ଏନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ୍‌ରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଏବର୍ଷ ଶାସ୍ତ୍ରୀୟ ମନୋରଂଜନ ସାଂସ୍କୃତିକ ସଂଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସର୍ବ ସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଚଳିତ ବର୍ଷ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ପଦ୍ମଶ୍ରୀ ଗୀତା ମହାଲିକ୍‌, ଚିତ୍ରକଳା ସମ୍ମାନ ବଳଦେବ ମହାରଥା, ନାଟ୍ୟ ସମ୍ମାନ ଅଜିତ୍‌ ଦାଶ ଓ ସାହିତ୍ୟ ସମ୍ମାନ ଶାନ୍ତନୁ ଆଚାର୍ଯ୍ୟ ପାଇବେ ବୋଲି ସଭାରେ ଘୋଷଣା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ରଂଜନ ସାମଲ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ତହସିଲଦାର ଅକ୍ଷୟ କୁମାର ରାଉତ, ଅତିରିକ୍ତ ବିଡ଼ିଓ ସରୋଜ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ସୁକାନ୍ତ ସାହୁ, ନୃତ୍ୟ ପ୍ରତିଭାର ସଂପାଦିକା ପ୍ରତିଭା ପଣ୍ଡା ଓ ସଭାପତି ଡ. ରଜନୀ ରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର