ନୂଆଦିଲ୍ଲୀ: ଛତିଶଗଡ଼ରେ ନେତୃତ୍ବ ପରିବର୍ତ୍ତନ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କର ଅତି ଘନିଷ୍ଠ ୧୨ ଜଣ କଂଗ୍ରେସ ବିଧାୟକ ଆଜି ଦିଲ୍ଲୀ ପହଞ୍ଚିଛନ୍ତି। ସେମାନେ ଦଳର ହାଇକମାଣ୍ଡ୍ଙ୍କ ସହ ବୈଠକ ଦାବି କରିଛନ୍ତି। ଛତିଶଗଡ଼ରେ କ୍ଷମତା କନ୍ଦଳ ଲାଗି ରହିଥିବା ବେଳେ ଆଜି ବିଧାୟକମାନେ ଦିଲ୍ଲୀ ପହଞ୍ଚିବା ଘଟଣା ଦଳରେ ବଡ଼ ଗୋଷ୍ଠୀକନ୍ଦଳକୁ ସାମ୍ନାକୁ ଆଣିଛି। ଉଲ୍ଲେଖଯୋଗ୍ୟ , ୨୦୧୮ ଡିସେମ୍ବରରେ ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ହେବା ସମୟରେ ଏକ ଅଢ଼େଇ ବର୍ଷର ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଆଧାରରେ ଅଢ଼େଇ ବର୍ଷ ବାଘେଲ ମୁଖ୍ୟମନ୍ତ୍ରୀ ରହିବେ ଏବଂ ଆଉ ଅଢ଼େଇ ବର୍ଷ ବର୍ତ୍ତମାନର ସ୍ବାସ୍ଥ୍ୟ ମନ୍ତ୍ରୀ ଟି ଏସ୍ ସିଂହଦେଓ ମୁଖ୍ୟମନ୍ତ୍ରୀ ରହିବେ। ଚୁକ୍ତି ଅନୁଯାୟୀ ବାଘେଲଙ୍କର ଅଢ଼େଇ ବର୍ଷ ଶେଷ ହୋଇସାରିଛି। ଟିଏସ୍ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏବେ ଦାବି କରିଛନ୍ତି। ସେ ଅନ୍ୟ କୌଣସି ପଦ ଚାହିନାହାନ୍ତି। ଅନ୍ୟପକ୍ଷେ ବାଘେଲଙ୍କ ସମର୍ଥକମାନେ ତାଙ୍କୁ ବିରୋଧ ଜାରି ରଖିଛନ୍ତି।
ଛତିଶଗଡ଼ କ୍ଷମତା କନ୍ଦଳ: ଦିଲ୍ଲୀ ପହଞ୍ଚିଲେ ବାଘେଲଙ୍କ ସମର୍ଥକ ବିଧାୟକ
ନେତୃତ୍ବ ପରିବର୍ତ୍ତନ ନ କରିବାକୁ ଦାବି, ହାଇକମାଣ୍ଡ୍ଙ୍କ ସହ ବୈଠକ ପାଇଁ ଦାବି
/sambad/media/post_attachments/wp-content/uploads/2021/09/56da4g654da1g231gd32ggdgdagdagdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)