ସୁରୁଖୁରୁରେ ସରିଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ମତଦାନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ତିର୍ତ୍ତୋଲରେ ୨୩ ଜଣ କୋଭିଡ୍ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ସେହିପରି ବାଲେଶ୍ୱରରେ ୨୮ ଜଣ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ ଦେଇଛନ୍ତି | ବାଲେଶ୍ୱରରେ ୭୦.୬୯ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ଭୋଟ ଗ୍ରହଣ ହୋଇଛି |

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ସମୟ ହୋଇଥିଲେ ବି ଗତ ନିର୍ବାଚନ ଭଳି ଏଥର ମଧ୍ୟ ଭଲ ଭୋଟ ଗ୍ରହଣ ହୋଇଛି | ଏଥିପାଇଁ ସେ ଆଶା କର୍ମୀଙ୍କ ସହ ନିର୍ବାଚନରେ ସାମିଲ ଥିବା ସମସ୍ତ କର୍ମଚାରୀ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି |

ବିଶେଷ କରି ସ୍ୱାସ୍ଥ୍ୟ ବିଭାଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି | ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ ମେସିନ ଥିବାବେଳେ ବାଲେଶ୍ୱରରେ ଗୋଟିଏ ବୁଥରେ ଲୋକ ଭୋଟ ଦେଇନାହାନ୍ତି | ଏଠାରେ ୧୨୪ ଜଣ ଭୋଟର ପୋଲ ତିଅ‌ାରି ଦାବି କରି ଭୋଟ ଦେଇନାହାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି |

ସମ୍ବନ୍ଧିତ ଖବର