ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବୀ। ଅଧାରେ ଅଟକିଥିବା ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ କରୋନା ପ୍ରୋଟୋକଲ ଅନୁଯାୟୀ ଚିରଞ୍ଜୀବୀ ନିଜର କୋଭିଡ ପରୀକ୍ଷା କରାଇଥିଲେ। ଏବେ ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି।
ଟୁଇଟରେ ଲେଖାଯାଇଛି ଯେ, ଫିଲ୍ମ ଆଚାର୍ଯ୍ୟର ସୁଟିଂ ପୁଣି ଥରେ ଆରମ୍ଭ କରିବା ପୂର୍ବରୁ କରୋନା ପ୍ରୋଟକଲ ଅନୁଯାୟୀ ମୁଁ ମୋର କୋଭିଡ ପରୀକ୍ଷା କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୋର ରିପୋର୍ଟ ପଜିଟିଭ୍ ଆସିଛି। ମୋ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘରେ ନିଜକୁ ସଙ୍ଗରୋଧ କରିଛି। ଯେଉଁମାନେ ଗତ ୫ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଦୟାକରି ନିଜର କୋଭିଡ ପରୀକ୍ଷା କରାଇନିଅନ୍ତୁ।
ఆచార్య షూటింగ్ ప్రారంభించాలని,కోవిడ్ టెస్ట్ చేయించుకున్నాను. రిజల్ట్ పాజిటివ్. నాకు ఎలాంటి కోవిడ్ లక్షణాలు లేవు.వెంటనే హోమ్ క్వారంటైన్ అయ్యాను.గత 4-5 రోజులుగా నన్ను కలిసినవారందరిని టెస్ట్ చేయించుకోవాలిసిందిగా కోరుతున్నాను.ఎప్పటికప్పుడు నా ఆరోగ్య పరిస్థితిని మీకు తెలియచేస్తాను. pic.twitter.com/qtU9eCIEwp
— Chiranjeevi Konidela (@KChiruTweets) November 9, 2020
ସୂଚନା ମୁତାବକ, କରୋନା ସଂକ୍ରମଣ ବଢ଼ିବାରୁ ଗତ ମାର୍ଚ୍ଚ ମାସରେ ଫିଲ୍ମ ଆଚାର୍ଯ୍ୟର ସୁଟିଂକୁ ଅଟକାଇ ଦେଇଥିଲେ ଚିରଞ୍ଜୀବୀ। ସଂକ୍ରମଣକୁ ରୋକିବା ପାଇଁ କରୋନା ପ୍ରୋଟୋକଲ ଅନୁଯାୟୀ ଚିରଞ୍ଜୀବୀ ଏହି ନିଷ୍ପତ୍ତି ନେଇଥିଲେ। ଏବେ ସ୍ଥିତିରେ ସୁଧାର ଆସିବା ପରେ ସୁଟିଂ ଆରମ୍ଭ କରିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଚିରଞ୍ଜୀବୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସୁଟିଂ ପୁଣି ଥରେ ଅଟକିଯାଇଛି।