ପୁରୁଣା ଭୁବନେଶ୍ୱର: ରାମେଶ୍ୱର କ୍ଲବ୍ ପକ୍ଷରୁ ଆୟୋଜିତ ରାମେଶ୍ୱର ଉତ୍ସବର ଚତୁର୍ଥ ଦିବସରେ ଅନୁଷ୍ଠିତ ଭୁବନେଶ୍ୱର କୁମାର ପ୍ରତିଯୋଗିତାରେ ବିଏମ୍ସି ବଉଳଗଡ଼ କ୍ଲବ୍ର ଛୋଟୁ ଦତ୍ତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜେକେ ଫିଟ୍ନେସ୍ର ଦେବାଶିଷ ଜେନା ଦ୍ୱିତୀୟ, ଭୁବନେଶ୍ୱର କ୍ଲବ୍ର ସଂଗ୍ରାମ ରାଉତ ତୃତୀୟ, ବିଏମ୍ସି ବଉଳଗଡ଼ର ପ୍ରମୋଦ ସ୍ୱାଇଁ ଚତୁର୍ଥ, ଓଏଏସ୍ କ୍ଲବ୍ର ବିଚିତ୍ର ନାୟକ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଆଜି ସନ୍ଧ୍ୟାରେ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର୍ ଅନନ୍ତ ନାରାୟଣ ଜେନା, ବିଧାୟକ ବିଜୟ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ଦୀକ୍ଷିତ, ସଂପାଦକ ଦୀପକ ମହାପାତ୍ର, ଗଦାଧର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରସନ୍ନ ମହାସୁଆର ବିଚାରକ ଦାୟିତ୍ୱ ତୁଲାଇଥିଲେ।
ଛୋଟୁ ଦତ୍ତ ଭୁବନେଶ୍ୱର କୁମାର
/sambad/media/post_attachments/wp-content/uploads/2018/03/bhubaneswar-kumar-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)