ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୧୯ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ବର: ରାଜଧାନୀରୁ ୫୭୪ଜଣ ନୂଆ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ମାତ୍ର ୬୩ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୫୧୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ବିଏମ୍‌ସି କଟକଣାକୁ କଡ଼ାକଡ଼ି କରିଛି। ଗତକାଲି ୨୩ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଥିବା ବେଳେ ଆଜି ୧୯ ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଶୁକ୍ରବାର ୧୧ଟି ଜାଗାରେ ବିଏମ୍‌ସି କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଥିଲା। ଏଭଳି ୭୨ ଘଣ୍ଟାରେ ବିଏମ୍‌ସି ୫୩ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିସାରିଲାଣି।

ୟୁନିଟ୍‌ ୨ କଂଗ୍ରେସ ଭବନ ନିକଟରେ ସରକାରୀ କ୍ବାର୍ଟର୍ସ ଭିଏ-୩୪/୧, ଗୌରୀନଗର ପ୍ଲଟ୍‌ ନମ୍ବର ୩୨୬୯, କଳ୍ପନା ସରକାରୀ କ୍ବାର୍ଟର୍ସ ୨ଆରବି/ ୨୧୨, ଝାରପଡ଼ା ମାଜେଷ୍ଟି ଆପାର୍ଟମେଣ୍ଟ ପ୍ଲଟ୍‌ ନମ୍ବର ୬୬୬, ବୁଦ୍ଧେଶ୍ବରୀ କଲୋନି ପୁରୁଣା ଡାକଘର ଲେନ୍‌ ପ୍ଲଟ୍‌ ନଂ ୮୧୬, ଝାରପଡ଼ା କେନାଲ ରୋଡ୍‌ରେ ଥିବା ଜଗନ୍ନାଥ ଆଭେନ୍ୟୁ ପ୍ଲଟ୍‌ ନମ୍ବର ୫୧୬, ଝାରପଡ଼ା ବାଲାଜୀ କମ୍ପ୍ଲେକ୍ସ ଫ୍ଲାଟ୍‌ ନଂ ୧୨୭, ନୀଳାଦ୍ରିବିହାର ଏସ୍‌ଏସ୍‌ ବିହାର ପ୍ଲଟ୍‌ ନଂ ୧୯୯, ଶୈଳଶ୍ରୀବିହାର ଏଚ୍‌ଆଇଜି ୧୨୭, ନୀଳାଦ୍ରିବିହାର ସେକ୍ଟର-୨ ପ୍ଲଟ୍‌ ନଂ ୬୬୬, ଗଜପତି ନଗର ପ୍ଲଟ୍‌ ନଂ ୧୦/୫୨, ପଟିଆ ନନ୍ଦନବିହାର ନାଗେଶ୍ବର ରେସିଡେନ୍ସି ପ୍ଲଟ୍‌ ନଂ ଏ-୨୦୫, ପଟିଆ ପ୍ରଶାନ୍ତିବିହାର ଏଲ୍‌ପି ୩୧କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି।

ସେହିଭଳି କଳିଙ୍ଗନଗର ଟ୍ରାଇଡେଣ୍ଟ ଗାଲାକ୍ସି ଫ୍ଲାଟ୍‌ ନମ୍ବର ୪୧୦, ନୂଆପଲ୍ଲୀ ଭିଆଇପି କଲୋନି ପ୍ଲଟ୍‌ ନମ୍ବର ୧୨୫, ସିଆରପିଏଫ୍‌ କ୍ୟାମ୍ପସ ଟ୍ରେନିଂ ସେଣ୍ଟର, ବରମୁଣ୍ଡା ବିଡିଏ ଡ୍ୟୁପ୍ଲେକ୍ସ ପ୍ଲଟ୍‌ ନଂ ୨୫୮, ପୋଖରୀପୁଟ୍‌ ଏମ୍‌ଆଇଜି୧୧ ପ୍ଲଟ୍‌ ନଂ ୪୯, ଜଗମୋହନ ନଗର ଲେନ୍‌ ଏଲ୍‌-୬ ପ୍ଲଟ୍‌ ନଂ ୧୭୩୪/୩୪୮୫କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର