ନୂଆପଡ଼ା:  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକଠାରେ ଜଣେ ଯୁବକଙ୍କୁ ଗିରଫ କରି ତାଙ୍କଠାରୁ ୧୦୦ ବୋତଲ ନିଶା ଦ୍ରବ୍ୟ ରୂପେ ବ୍ୟବହାର ହେଉଥିବା କଫସିରଫ ଜବତ କରିଛି ପୁଲିସ। ଏହି କଫସିରଫର ମୂଲ୍ୟ ୧୪୯ ଟଙ୍କା ରହିଥିବା ବେଳେ ୧୦୦ ବୋତଲର ମୂଲ୍ୟ ୧୪ ହଜାର ୯୦୦ ଟଙ୍କା ବୋଲି ଜଣାପଡ଼ିଛି।

Advertisment

ଅଭିଯୁକ୍ତ  ରୁନା ପଣ୍ଡା(୨୫୍) ବୋଲି ଜଣାପଡ଼ିଛି। ଏହି ସମ୍ପର୍କରେ ଖଡ଼ିଆଳ ଅବକାରୀ ବିଭାଗରେ ଏକ ମାମଲା ରୁଜୁ ହୋଇଛି। କେଶ ନଂମ୍ବର ୧୦୨/୨୧-୨୨ ରେ ମାମଲା ରୁଜୁ ହୋଇଛି। ଅବକାରୀ ଆଇନ୨୧ (ଭି)(ii) (ବି) ଏନ ଡି ପି ଏସ ୧୯୮୫ ରେ ମାମଲା ରୁଜୁ କରାଯାଇଛି।