ମେ ୧୪ରୁ ୧୮ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁପାରେ: ବି‌ଶେଷଜ୍ଞଙ୍କ ଆକଳନ

ନୂଆଦିଲ୍ଲୀ: ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କେବେ ଏହା ଶୀର୍ଷକୁ ଛୁଇଁବ, ତାକୁ ନେଇ ସମସ୍ତଙ୍କ ଭିତରେ ଆଶଙ୍କା ରହିଛି । କେବେ ଏହା ପିକ୍ ଛୁଇଁବ ଓ ପୁଣି କମିବା ଆରମ୍ଭ କରିବ ତାକୁ ନେଇ ଉତ୍କଣ୍ଠା । ଏହାରି ଭିତରେ ପୁଣିଥରେ ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ସୂତ୍ର ମଡେଲର କହିବା କଥା ହେଲା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାର ସଂକ୍ରମଣ ଶୀର୍ଷକୁ ଛୁଇଁବ ।

– ଆଗାମୀ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି।
– ଅର୍ଥାତ କାଲିଠାରୁ ଦେଶରେ କରୋନାର ସଂକ୍ରମଣ ଶୀର୍ଷକୁ ଛୁଇଁବା ଆଶଙ୍କା କରାଯାଉଛି।
– ମେ ୪ରୁ ୮ ତାରିଖ ମଧ୍ୟରେ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷରୁ ସାଢେ ୪ ଲକ୍ଷ ରହିବା ନେଇ ପୂର୍ବାନୁମାନ ହୋଇଥିଲା।
– ମେ ୧୪ରୁ ୧୮ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁବା ଆକଳନ ହୋଇଛି।
– ଅକ୍ଟୋବର ସୁଦ୍ଧା ଦେଶର ୪୦ ପ୍ରତିଶତଙ୍କ ଟିକାକରଣ ହୋଇପାରିଲେ ତୃତୀୟ ଲହର ଆସିବ ନାହିଁ ବୋଳି ଆକଳନ ପରେ କୁହାଯାଇଛି।
– ତେବେ ଟିକାକରଣ ପରେ ମଧ୍ୟ କରୋନା ସତର୍କତା ଗ୍ରହଣ କରିବାକୁ ପଡ଼ିବ।
– ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲ ଓ ମାଧୁରୀ କାନିତକର ଏ ନେଇ ଆକଳନ କରିଛନ୍ତି।
– ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗର ମଧ୍ୟ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର