ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟୁଛି। ପୂର୍ବରୁ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩ ହଜାର ପାର୍‌ ହେଉଥିବା ବେଳେ ଏବେ କିଛି ଦିନ ହେବ ସେହି ତୁଳନାରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ୨୧୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୮୭ ଜଣ ସ୍ଥାନୀୟ ସଂକ୍ରମିତ। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୧୫୧, ବାଲେଶ୍ବରରୁ ୫୭, ବରଗଡ଼ରୁ ୭୩, ଭଦ୍ରକରୁ ୪୭, ବଲାଙ୍ଗୀରୁ ୭୯, ବୌଦ୍ଧରୁ ୨୧, କଟକରୁ ୧୫୬, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୮, ଗଜପତିରୁ ୮, ଗଞ୍ଜାମରୁ ୧୮, ଜଗତ୍‌ସିଂହପୁରରୁ ୬୬, ଯାଜପୁରରୁ ୭୧, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୭୨, କେନ୍ଦୁଝରରୁ ୪୬, ଖୋର୍ଦ୍ଧାରୁ ୩୬୧, କୋରାପୁଟରୁ ୩୮, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୪୧, ପୁରୀରୁ ୭୩, ରାୟଗଡ଼ରୁ ୨୫, ସମ୍ବଲପୁରରୁ ୫୩, ସୋନପୁରରୁ ୮୦, ସୁନ୍ଦରଗଡ଼ରୁ ୧୩୭ ଓ ଷ୍ଟେଟ୍‌ ପୁଲ୍‌ରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଣେ କରୋନାରେ ପୁଣି ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।