କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବା ଜଣାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୁଲିସ ଫାଣ୍ଡି ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଗତ ୭ ତାରିଖ ରାତିରେ ପୁଲିସ ଚଢ଼ାଉ କରିଥିଲା। ସେଠାରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଥିଲା ପୁଲିସ। ସେଠାରୁ ହାତ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହ ଓ କାଠ ସାମଗ୍ରୀ, ବନ୍ଧୁକ ଯନ୍ତ୍ରପାତି ଆଦି ଜବତ କରାଯାଇଛି।
ପୁଲିସ କାରଖାନା ଚଳାଉଥିବା ମଙ୍ଗୁଲୁ ମହାରଣାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି କାରଖାନାରେ ବନ୍ଧୁକ ତିଆରି କରି ସେ ବାହାରେ ବିକ୍ରି କରୁଥିଲେ ବୋଲି ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/210893c7-3025-4dbe-9e04-15c6bf60f481.jpg)