ପ୍ରାୟ ୧୬ ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତ, ମୃତ୍ୟୁହାର ୨ ପ୍ରତିଶତ ତଳକୁ ଖସିଲା
ନୂଆଦିଲ୍ଲୀ: ସକ୍ରିୟ କଣ୍ଟେନମେଣ୍ଟ ଜୋନର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା ୭୦ରେ ପହଞ୍ଚିଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା ୧୫,୮୩,୪୮୯ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୭,୭୪୬ ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬,୩୯,୯୨୯ ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର ୨୮.୨୧ ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୯.୫ ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ ଓ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷ କ୍ଲିନିକାଲ ଚିକିତ୍ସା, ଗୁଣାତ୍ମକ ସେବା ଓ ସମୟାନୁଯାୟୀ ଚିକିତ୍ସା ଯୋଗୁଁ କୋଭିଡ-୧୯ ପରିଚାଳନାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇଛି, ଫଳରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଆଜି ଏହା ୨ ପ୍ରତିଶତରୁ ହ୍ରାସ ପାଇଁ ୧.୯୯ ପ୍ରତିଶତରେ ପହଞ୍ଚିଛି ।