ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ଏଥିଲାଗି ଆଜିଠାରୁ ମନ୍ତ୍ରୀ, ବିଧାୟକ, ମନ୍ତ୍ରୀଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହା ଏବେ ବି ଜାରି ରହିଛି । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କରୋନା ପରୀକ୍ଷା କରାଯାଇଛି । ଏହି ଟେଷ୍ଟ ୩ ଦିନ ଧରି ଚାଲିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ।
/sambad/media/post_attachments/wp-content/uploads/2020/11/1.jpg)
ଗତ ଅଧିବେଶନ ଭଳି ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ହେଉଛି । ଏହି ଅଧିବେଶନ ପାଇଁ ବିଧାନସଭା ପରିସରକୁ ଦିନକୁ ଦୁଇଥର ବିଶୋଧନ କରାଯିବ। ଶୀତ ଅଧିବେଶନରେ ଯୋଗ ଦେବା ପୂର୍ବରୁ ଏଭଳି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Corona-Test-of-MLA-Ministers_Thumbnail.jpg)